ଶୁକ୍ରବାର ଅପରାହ୍ଣରେ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ରେଜଲ୍ଟ ପ୍ରକାଶ ପାଇଛି। ଚଳିତବର୍ଷ ୧୨ଟି ବିଭାଗରେ ପରୀକ୍ଷା ଦେଇଥିବା ମୋଟ ୪୨ ହଜାର ୨୮୮ ପିଲାଙ୍କ ମଧ୍ୟରୁ ମୋଟ ୪୨ ହଜାର ୨୮୩ ପିଲାଙ୍କୁ ରାଙ୍କ କାର୍ଡ ମିଳିଛି। ପରୀକ୍ଷାର୍ଥୀମାନେ ଓଜେଇଇର ନିଜସ୍ୱ ୱେବସାଇଟ୍ http://www.ojee.nic.in କୁ ଯାଇ ନିଜର ରେଜଲ୍ଟ ଜାଣିବା ସହ ରାଙ୍କ କାର୍ଡ ଡାଉନଲୋଡ କରିପାରିବେ। ପ୍ରାରମ୍ଭିକ ସୂଚନାନୁସାରେ, ଶୁଭ୍ରଜିତ ପଣ୍ଡା ଏମବିଏରେ ଟପ୍ପର ହୋଇଥିବା ବେଳେ ଏମସିଏ ବିଭାଗରେ ଟପ୍ପର ହୋଇଛନ୍ତି ବିପ୍ଳବ ସାମନ୍ତରାୟ। ସେହିପରି ଫାର୍ମାସୀରେ ଶୁଭମ ୧ ନଂ ହୋଇଥିବା ବେଳେ ଏମ୍ଟେକ୍ ଟପ୍ପର ହୋଇଛନ୍ତି ସୌମ୍ୟବ୍ରତ ବାନାର୍ଜୀ। ବିଦିଶା ବିଶ୍ୱାସ ଏମ୍.ଫାର୍ମରେ ଟପ୍ପର ହୋଇଛନ୍ତି। ସତୃଷ୍ଣ ମହାପାତ୍ର ଏମ୍.ଫାର୍ମରେ ଟପ୍ପର ହୋଇଥିଲା ବେଳେ ଏମ୍.ପ୍ଲାନରେ ଅଙ୍କିତା ପଣ୍ଡା ଟପ୍ପର ହୋଇଛନ୍ତି। ଗତ ମେ’ ମାସ ୧୩ ତାରିଖରେ ରାଜ୍ୟର ୨୦ ଟି ସହରରେ ୮୧ଟି କେନ୍ଦ୍ରରେ ୪୨ ହଜାର ୨୮୮ ଜଣ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ଦେଇଥିଲେ। ଅର୍ଥାତ ଏହି ପରୀକ୍ଷାରେ ମାତ୍ର ୫ ଜଣ ଛାତ୍ରଛାତ୍ରୀ ପାସ୍ କରିପାରି ନାହାନ୍ତି। କୃତୀ ଛାତ୍ରଛାତ୍ରୀମାନେ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକରେ ବିଫାର୍ମ , ଏମଟେକ ,ଏମଟେକ ପାର୍ଟଟାଇମ , ଏମ ଆର୍କ , ଏମ ଫାର୍ମ , ଏମସିଏ , ଏସିବିଏ ଲାଟେରାଲ ଏଂଟ୍ରି ବିଟେକ-ବି ଫାର୍ମ –ଏମସିଏ ଇତ୍ୟାଦି ପାଠ୍ୟକ୍ରମରେ ନାମ ଲେଖାଇବାର ସୁଯୋଗ ପାଇପାରିବେ ।
ଭୁବନେଶ୍ୱର : ଚଳିତବର୍ଷ ଓଜେଇଇରେ ୧୨ଟି ବିଭାଗରେ ପରୀକ୍ଷା ଦେଇଥିବା ମୋଟ ୪୨ ହଜାର ୨୮୮ ପିଲାଙ୍କ ମଧ୍ୟରୁ ମୋଟ ୪୨ ହଜାର ୨୮୩ ପିଲାଙ୍କୁ ରାଙ୍କ କାର୍ଡ ମିଳିଛି।