ଗୁଳିବିନିମୟ : ଚାରି ଯବାନ ଶହୀଦ, ୪ ଆତଙ୍କବାଦୀ ନିହତ

0
355
firing between-terrorists and jawans
firing between-terrorists and jawans
ନୂଆଦିଲ୍ଲୀ : ପାକିସ୍ଥାନ  ଆକ୍ରମଣରେ ଜଣେ ମେଜରଙ୍କ ସମେତ ୪ ଜଣ ଭାରତୀୟ ଯବାନ ଶହୀଦ ହୋଇଯାଇଛନ୍ତି।  ଏହାର ଜବାବରେ ଭାରତୀୟ ସେନାମାନେ ମଧ୍ୟ ୪ ଜଣ ଆତଙ୍କବାଦୀଙ୍କୁ ମାରିଥିବା ସୂଚନା ମିଳିଛି।

 ପଡୋଶୀ ଦେଶ ପାକିସ୍ତାନ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଘଂନ କରିଛି। ପାକିସ୍ତାନ ସୋମବାର ବିଳମ୍ବିତ ରାତିରେ ଉତ୍ତର କାଶ୍ମୀର ବାଁଦିପୋରାର ଗୁରେଜ୍ ସେକ୍ଟରରେ ଗୁଳି ବର୍ଷଣ କରିଥିଲା।  ସୂଚନା ଅନୁଯାୟୀ, ରାତିରେ ବହୁତ ସମୟ ପର୍ୟ୍ୟନ୍ତ ଅନେକ ଆତଙ୍କବାଦୀ ସୀମାରେ ଗୁପ୍ତ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ସୂଚନା ମିଳିବା ମାତ୍ରେ ସୁରକ୍ଷାକର୍ମୀମାନେ ତତକ୍ଷଣାତ୍ ସର୍ଚ୍ଚ ଅପରେସନ କରିଥିଲେ।

ସେହି ସମୟରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଫଳରେ ପାକିସ୍ତାନ ଗୁଳିରେ ୪ ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ଶହୀଦଙ୍କ ମଧ୍ୟରେ ଜଣେ ମେଜର ସାମିଲ ଥିବା ସୂଚନା ମିଳିଛି। ଆତଙ୍କବାଦୀ ଓ ସେନା ମଧ୍ୟରେ ଦୀର୍ଘ ସମୟ ପର୍ୟ୍ୟନ୍ତ ଗୁଳି ବିନିମୟ ହୋଇଥିଲା। ଭାରତୀୟ ଯବାନଙ୍କ ପ୍ରତିସ୍ୱରୂପ ଆକ୍ରମଣରେ ୪ ଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି। ସୋମବାର ରାତିରୁ ହିଁ ପାକିସ୍ତାନ ଗୁଳି ବର୍ଷଣ କରିଦେବା ଆରମ୍ଭ କରିଥିଲା। ବର୍ତ୍ତମାନ ବି ସେଠାରେ ଗୁଳି ବିନିମୟ ଜାରି ରହିଛି।