୪ ଆତଙ୍କବାଦୀ ଗିରଫ

0
369
four terrorists arrested
four terrorists arrested
ଜାମ୍ମୁ କାଶ୍ମୀର  : ଅଲ-ବଦର ସଂଗଠନର ୪ଜଣ ଆତଙ୍କୀଙ୍କୁ ଆଜି ସୁରକ୍ଷା ବାହିନୀ ଗିରଫ କରିଛି । ଆତଙ୍କୀମାନଙ୍କ ଠାରୁ ବହୁ ମାତ୍ରାରେ ଗୋଳା ବାରୁଦ ଓ ହତିଆର ଜବତ କରାଯାଇଛି ।

 ଆଜି ସୁରକ୍ଷା ବାହିନୀ କୂପୱାଡା ଜିଲ୍ଲାର ହନ୍ଦୱାଡାରେ ଅଲ-ବଦର ସଂଗଠନର ୪ଜଣ ଆତଙ୍କୀଙ୍କୁ ଗିରଫ କରିଛନ୍ତି । ସୁରକ୍ଷା ବାହିନୀ ମୁତାବକ, ଅଲ-ବଦର ସଂଗଠନ ପୁଣି ଥରେ ଉତର କାଶ୍ମୀରରେ କାୟା ବିସ୍ତାର କରିବାକୁ ପ୍ରୟାସ କରୁଛି ।

ଏହି ଚାରି ଜଣ ଯୁବକ ଅଲ-ବଦର ସଂଗଠନରେ ଯୋଗ ଦେବା ପରେ ହତିଆର ସହିତ ସଂପୃକ୍ତ ଆତଙ୍କୀଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଗିରଫ ହୋଇଥିବା ଆତଙ୍କୀମାନେ ହେଲେ କୂପୱାଡା ଜିଲ୍ଲାର ହନ୍ଦୱାଡାରେ କରଗାମାର ୱସିମ ଅହମ୍ମଦ ଖାନ, ଚୁଟିପୋରାର ଉମର ବଶୀର, ହଟିପୋରାର ଉମର ଏବଂ ଖୂରୁର ତାରିକ ଅହମ୍ମଦ ।

ସୈନ୍ୟ ସୂତ୍ର ମୁତାବକ, ୨୦୦୯-୧୦ରେ ଉତରୀ କାଶ୍ମୀର ଅଂଚଳରେ ଏହି ସଂଗଠନର ପ୍ରଭାବ କମି ଯାଇଥିଲା କିନ୍ତୁ ପରବର୍ତୀ ମୂହୁର୍ତରେ ଲଶ୍କର ଅଂଚଳରେ ଏହା ସକ୍ରିୟ ହୋଇଥିଲା । ଏହି କାରଣରୁ ଉତର କାଶ୍ମୀରରେ ପୁଣି ଥରେ ନିଜ ଆସ୍ଥାନ ଜମାଇବାକୁ ଅଲ-ବଦର ସଂଗଠନ ପ୍ରୟାସ କରୁଛି ।