୪ ଆତଙ୍କବାଦୀ ସଫା

0
339
army
army
କାଶ୍ମୀର :  ଅସ୍ତ୍ରବିରତି  ପରେ ଅପରେସନ୍ ଅଲଆଉଟରେ  ସେନା ପକ୍ଷରୁ  ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା । ୪ଜଣ ଆତଙ୍କବାଦୀଙ୍କୁ ସଫା କରିଛି ଭାରତୀୟ ସେନା ।

ଜମ୍ମୁ-କାଶ୍ମୀରରେ ଅସ୍ତ୍ରବିରତିର ସମୟସୀମା ସରିବାର ୪୮ ଘଂଟା ନପୂରୁଣୁ ୪ଜଣ ଆତଙ୍କବାଦୀଙ୍କୁ ସଫା କରିଛି ଭାରତୀୟ ସେନା । ଅପରେସନ୍ ଅଲଆଉଟରେ ଆଜି ସକାଳେ ସେନା ପକ୍ଷରୁ ବେଜବହରାଠାରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା । ଗତ ଏକ ମାସ ଧରି ନୀରବ ରହିବା ପରେ ଏହା ସେନାର ପ୍ରଥମ ଅପରେସନ୍ ବୋଲି ସୂଚନା ମିଳିଛି ।

ଆଜି ସକାଳ ସମୟରେ ବାନ୍ଦିପୁରା ସେକ୍ଟରରେ ଚାଲିଥିବା ସେନାର ଅପରେସନରେ ୪ଜଣ ଆତଙ୍କବାଦୀ ମୃତ୍ୟୁବରଣ କରିଥିବା ଜଣାପଡିଛି । ଏହି ଏନକାଉଂଟର ନିକଟସ୍ଥ ଏକ ଜଙ୍ଗଲରେ ହୋଇଥିବା ସୂଚନା ମିଳିଛି । ଏଠାରେ ୪ଜଣ ଲସ୍କର ଆତଙ୍କବାଦୀ ଲୁଚି ରହିଥିବା କୌଣସି ସୂତ୍ରରୁ ସେନା ଖବର ପାଇଥିଲା । ପରେ ତତକ୍ଷଣାତ୍ ସେନାପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ।

ସୂଚନାଯୋଗ୍ୟ କି, ରମଜାନ ମାସ ପାଇଁ ଭାରତ ସରକାର କାଶ୍ମୀରରେ କୌଣସି ଅପରେସନ ନ କରିବା ପାଇଁ ସେନାକୁ କହିଥିଲେ । ଜୁନ ୧୬ ତାରିଖରେ ଇଦ୍ ଉତ୍ସବ ଶେଷ ହବା ପରେ ସେନାର କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।

ଭାରତ ସରକାର ଅସ୍ତ୍ରବିରତିନେଇ ନିର୍ଦ୍ଦେଶ ଦେଇଥିବା ସତ୍ୱେ ପାକିସ୍ତାନ କିନ୍ତୁ ନିଜର ଆତଙ୍କବାଦୀଙ୍କ ପ୍ରରୋଚନାରେ କାଶ୍ମୀର ଘାଟିରେ ଆତଙ୍କୀ କାର୍ଯ୍ୟକଳାପ ବନ୍ଦ କରି ନଥିଲା ।