୪ ବର୍ଷ ଆୟୁଷ ହ୍ରାସ କରୁଛି ବାୟୁ ପ୍ରଦୁଷଣ

0
426
air pollution
air pollution

ନୂଆଦିଲ୍ଲୀ : ବାୟୁ ପ୍ରଦୁଷଣ ଯୋଗୁ  ଭାରତୀୟମାନଙ୍କର ହାରାହାରି ଆୟୁ ୪ ବର୍ଷ ହ୍ରାସ ପାଉଥିବା ଏକ ରିପୋର୍ଟରୁ ଜଣାପଡିଛି ।  ଯଦି ବିଶ୍ଵ ସ୍ଵାସ୍ଥ୍ୟ  ସଂଗଠନ ଦ୍ଵାରା ନିର୍ଦ୍ଧାରିତ ମାପଦଣ୍ଡ ପର୍ୟ୍ୟନ୍ତ ଭାରତର ବାୟୁର ଗୁଣବତ୍ତା ପହଞ୍ଚେ ତେବେ ଭାରତର  ଲୋକେ ହାରାହାରି ଅଧିକ ୪  ବର୍ଷ ବଞ୍ଚି ପାରିବେ। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ଅଧ୍ୟୟନରେ ଏହା କୁହାଯାଇଛି।

  ‘ରୋଡମ୍ୟାପ୍ ଟ୍ଵଇର୍ସ କ୍ଲିନିଂ ଇଣ୍ଡିଆଜ ଏୟାର’ ନାମକ ଏକ ନୂତନ ଅଧ୍ୟୟନରେ କୁହାଯାଇଛି ଯେ ଭାରତର ବାୟୁ ପ୍ରଦୂଷଣ ହ୍ରାସ ହେଲେ ଭାରତୀୟ ଅଧିକ ଦିନ ବଞ୍ଚି ପାରିବେ। ୟୁନିଭର୍ସିଟି ଅଫ ଚିକୋଗୋ ଓ ହାଭାର୍ଡ କେନେଡି ସ୍କୁଲର ଗବେଷକଙ୍କ ଦ୍ଵାରା କରାଯାଇଥିବା ଏହି ଅଧ୍ୟୟନରେ ଭାରତର ବାୟୁ ପ୍ରଦୂଷଣ ଉପରେ ଅଧିକ ଗୁରୁତ୍ଵ ଦିଆଯାଇଛି।

ଏଥିରେ ଦର୍ଶାଯାଇଛି ଯେ ଭାରତକୁ କେବଳ ବାୟୁ ପ୍ରଦୂଷଣ କାରଣରୁ ପ୍ରତ୍ୟେକ ବର୍ଷ ୫ ଖରବ ଡଲାର ଅର୍ଥାତ ୩୫୦ ଖରବ ଟଙ୍କା କ୍ଷତି ସହିବାକୁ ପଡ଼ୁଛି। ବାୟୁ ପ୍ରଦୂଷଣ କାରଣରୁ  ଦେଶର ହଜାର ହଜାର ଲୋକ ସମୟ ପୂର୍ବରୁ ମରୁଛନ୍ତି କିମ୍ବା ରୋଗଗ୍ରସ୍ତ ଜୀବନ ଜିଇଁବାକୁ ବିବଶ ହେଉଛନ୍ତି।

ଗବେଷକମାନେ ଏହି ସମସ୍ୟାରୁ ମୁକୁଳିବା ପାଇଁ କିଛି ଉପାୟ ମଧ୍ୟ କହିଛନ୍ତି। ଏଥିରେ ଅଧିକ ପ୍ରଦୂଷଣ ନିର୍ଗତ କରୁଥିବା ଲୋକ କିମ୍ବା କମ୍ପାନୀକୁ ଅର୍ଥ ଦଣ୍ଡ ଦେବା ସାମିଲ ରହିଛି। ଅଧ୍ୟୟନରେ କୁହାଯାଇଛି ଯେ ଯଦି ବିଶ୍ଵ ସ୍ଵାସ୍ଥ୍ୟ  ସଂଗଠନ ଦ୍ଵାରା ନିର୍ଦ୍ଧାରିତ ମାପଦଣ୍ଡ ପର୍ୟ୍ୟନ୍ତ ଭାରତର ବାୟୁର ଗୁଣବତ୍ତା ପହଞ୍ଚେ ତେବେ ଭାରତର  ଲୋକେ ହାରାହାରି ଅଧିକ ୪  ବର୍ଷ ବଞ୍ଚି ପାରିବେ।

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ଗୁଣବତ୍ତା ଅନୁସାରେ ଫାଇନ ପାର୍ଟିକଲ ମ୍ୟାଟର(ପିଏମ୨.୫)କୁ ବାର୍ଷିକ ୧୦ୟୁଜି/ଏମ୩ ସ୍ତର ମଧ୍ୟରେ ରହିବା ଉଚିତ୍ ଏବଂ ପ୍ରତିଦିନ ଏହାର ସ୍ତର ୨୫ୟୁଜି/ଏମ୩ ପର୍ୟ୍ୟନ୍ତ ରହିବା ଉଚିତ୍। ଅନ୍ୟ ପଟେ ପିଏମ୧୦ର ସ୍ତର ବାର୍ଷିକ ୨୦ୟୁଜି/ଏମ୩ ଓ ୨୪ ଘଣ୍ଟାରେ ୫୦ୟୁଜି/ଏମ୩ ମଧ୍ୟରେ ରହିବା ଉଚିତ୍।

ଏହି ଅଧ୍ୟୟନ ୬୬ କୋଟି ଏମିତି ଭାରତୀୟଙ୍କ ଜୀବନ ଉପରେ ଆଧାରିତ ଯେଉଁମାନେ ଦେଶର ସବୁଠୁ ଅଧିକ ପ୍ରଦୂଷିତ ଇଲାକାରେ ରହୁଛନ୍ତି। ଏଥିରିୁ ମୁକ୍ତି ପାଇବା ପାଇଁ ଅଧିକ ପ୍ରଦୂଷଣ କରୁଥିବା ଲୋକଙ୍କ ଉପରେ ଜୋରିମାନା ଓ ଲୋକଙ୍କୁ ଏଥିପ୍ରତି ସଚେତନ କରାଇବାକୁ ସାମିଲ କରାଯାଇଛି।