ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଫ୍ରାନ୍ସ ଆଗ୍ରହୀ

0
515
cm naveen patnaik with france ambassodar and team
cm naveen patnaik with france ambassodar and team
ଭୁବନେଶ୍ୱର :  ଆଜି ଫ୍ରାନ୍ସର ରାଷ୍ଟ୍ରଦୂତ ଆଲେକଜାଣ୍ଡାର ଜିଗଲର୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ।  ଫ୍ରାନ୍ସ କମ୍ପାନୀଗୁଡ଼ିକ ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ  ବେଶ ଆଗ୍ରହୀ ବୋଲି ଫ୍ରାନ୍ସ ରାଷ୍ଟ୍ରଦୂତ  ପ୍ରକାଶ କରିଛନ୍ତି ।

ଓଡ଼ିଶାରେ  ଫ୍ରାନ୍ସ କମ୍ପାନୀଗୁଡ଼ିକ ବିଶେଷକରି ହୋଟେଲ, ଇସ୍ପାତ, ବୈଦ୍ୟୁତିକ ଉପକରଣ, ଶକ୍ତି ଓ ଅନ୍ୟାନ୍ୟ କ୍ଷେତ୍ରରେ କମ୍ପାନୀଗୁଡ଼ିକ  ପୁଞ୍ଜି ନିବେଶ କରିବାକୁ ଚାହୁଁଛନ୍ତି । ମୁଖ୍ୟମନ୍ତ୍ରୀ ଫରାସୀ କମ୍ପାନୀଗୁଡ଼ିକୁ ଆଗାମୀ ମେକ୍‌-ଇନ୍‌-ଓଡ଼ିଶା କନ୍‌କ୍ଲେଭ୍‌ରେ ଭାଗ ନେବାକୁ ଅନୁରୋଧ କରିଛନ୍ତି ।

ଫ୍ରାନ୍ସ ରାଷ୍ଟ୍ରଦୂତ ଓ ତାଙ୍କ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ଆଲୋଚନା କରିଛନ୍ତି । ଓଡ଼ିଶା ପୁଞ୍ଜିନିବେଶ ପାଇଁ ଏକ ଆକର୍ଷଣୀୟ ସ୍ଥାନ ହୋଇପାରିଛି । ଏହା ଦ୍ୱାରା ଭାରତ ଓ ଫ୍ରାନ୍ସ ମଧ୍ୟରେ ସାମାଜିକ, ଅର୍ଥନୈତିକ ଓ ବାଣିଜ୍ୟିକ ସଂପର୍କ ସ୍ଥାପିତ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଶିଳ୍ପ ସ୍ଥିତି ନେଇ ବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ ।

ମୁଖମନ୍ତ୍ରୀ କହିଛନ୍ତି ଯେ ଦେଶର ମୋଟ ୫୪ ପ୍ରତିଶତ ଉତ୍ପାଦନ କରି ଓଡ଼ିଶା ଦକ୍ଷିଣ ଏସିଆର ଆଲୁମିନିୟମ କ୍ୟାପିଟାଲ ଭାବରେ ପରିଗଣିତ ହୋଇପାରିଛି । ବର୍ତ୍ତମାନ ଓଡ଼ିଶା ଦେଶର ଏକ ଷ୍ଟିଲ୍‌ ହବ୍‌ ହେବାକୁ ଯାଉଛି । ସେହିପରି ଧାତୁ କ୍ଷେତ୍ରରେ ଅନୁପ୍ରବାହ ଓ ଆନୁସଙ୍ଗିତ ଶିଳ୍ପର ବିକାଶ ପାଇଁ ଭିଜନ୍‌-୨୦୩୦ କରାଯାଇଛି । ସେହିପରି ପ୍ରତିରକ୍ଷା ଓ ଏରୋସ୍ପେଶ କ୍ଷେତ୍ରରେ ମଧ୍ୟ ଖୁବ ଶୀଘ୍ର ଏକ ନୀତି ପ୍ରସ୍ତୁତ କରାଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସମସ୍ତ ଆଲୋଚନା ପରେ ଫ୍ରାନ୍ସ ରାଷ୍ଟ୍ରଦୂତ ଓ ତାଙ୍କ ପ୍ରତିନିଧି ଦଳ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପ୍ରକୃଷ୍ଟ ପରିବେଶ ରହିଛି ବୋଲି ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ଓଡ଼ିଶା ଓ ଫ୍ରାନ୍ସ ମଧ୍ୟରେ ଅଧିକ ବାଣିଜ୍ୟିକ ସଂପର୍କ ବୃଦ୍ଧି ପାଇଁ ଉଦ୍ୟମ ଜାରି ରହିବ ବୋଲି କହିଛନ୍ତି ।