ଫ୍ରେଞ୍ଚ ଓପନ: ହାଲେପ ଚମ୍ପିଅନ

0
458
french open- halep champion
french open- halep champion

ପ୍ୟାରିସ : ଚଳିତ ବର୍ଷ ଫ୍ରେଞ୍ଚ ଓପନରେ ଚମ୍ପିଅନ ହୋଇଛନ୍ତି ରୋମାନିଆର ସିମୋନା ହାଲେପ । ୨୬ ବର୍ଷୀୟ ହେଲେପ ତୃତୀୟ ସେଟକୁ ୬-୧ରେ ଜିତି ଚମ୍ପିଅନ ହୋଇଛନ୍ତି ।

ପ୍ରି-କ୍ୱାଟର ଫାଇନାଲରେ ଆମେରିକାର ସେରେନା ୱିଲିୟମସ ଏବଂ କ୍ୱର୍ଟର ଫାଇନାଲରେ ରୁଷିଆର ମାରିଆ ସାରାପୋଭା ବିଦାୟ ନେବା ପରେ ଫେଞ୍ଚ ଓପନ ମହିଳା ଏକକ ଟ୍ରଫି ହାସଲ ଶୀର୍ଷ ମାନ୍ୟତା ସିମୋନା ହାଲେପଙ୍କ ପାଇଁ ସହଜ ହୋଇ ଯାଇଥିଲା । ସେ ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ନିଜର ବହୁ ବର୍ଷର ସ୍ୱପ୍ନକୁ ପୂରା କରିଛନ୍ତି । ସେମିଫାଇନାରେ ସେ ତୃତୀୟ ମାନ୍ୟତା ସ୍ପେନର ଗାର୍ବିନେ ମୁରୁଗୁଜାଙ୍କୁ ଏବଂ ଷ୍ଟିଫେନଓ ନିଜ ଦେଶର ତଥା ୧୩ତମ ମାନ୍ୟତା ମାଡିସନ କିସଙ୍କୁ ପରାସ୍ତ କରିଥିଲେ । ଫାଇନାଲରେ ହୋଲେପଙ୍କୁ ଦଶମ ମାନ୍ୟତା ଷ୍ଟିଫେନଓ ଅଟକାଇ ଦେଇଥିଲେ । ପ୍ରଥମ ସେଟରେ ୬-୩ରେ ଜିତି ହେଲେପଙ୍କ ଉପରେ ଷ୍ଟିଫେନଓ ଚାପ ପ୍ରୟୋଗ କରିଥିଲେ । ଦ୍ୱିତୀୟ ସେଟରେ କଡାମୁକାବିଲା ହୋଇଥିଲା । କିନ୍ତୁ ହେଲେପ ୬-୪ରେ ଜିତି ଥିଲେ । ୨୬ ବର୍ଷୀୟ ହେଲେପ ତୃତୀୟ ସେଟକୁ ୬-୧ରେ ଜିତି ଚମ୍ପିଅନ ହୋଇଛନ୍ତି ।

ପୂର୍ବରୁ ରୋମାନିଆ ସୁନ୍ଦରୀ ସିମୋନା ହେଲେପ ୩ଥର ଗ୍ରାଣ୍ଡ ସ୍ଲାମ ଫାଇନାଲ ପ୍ରବେଶ କରିଥିଲେ ମଧ୍ୟ ଫେଲ ମାରିଥିଲେ । ୨୦୧୪ରେ ସେ ମାରିଆ ସାରାପୋଭାଙ୍କ ଠାରୁ, ୨୦୧୭ରେ ଲାଟିଭିଆର ଜେଲିନା ଓସ୍ତାପେଙ୍କୋଙ୍କ ଠାରୁ ସେ ପରାସ୍ତ ହୋଇଥିଲେ । ସେହିଭଳି ଚଳିତ ବର୍ଷ ପ୍ରଥମ ଗ୍ରାଣ୍ଡ ସ୍ଲାମ ଅଷ୍ଟ୍ରେଲିଆନ ଓପନ ଫାଇନାଲରେ ଡେନ ମାର୍କର କାରୋଲିନେ ୱଜନିଆକିଙ୍କ ଠାରୁ ପରାସ୍ତ ହୋଇଥିଲେ ।