ତେଲ ତାତି: ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବୀ

0
408
odisha assembly
odisha assembly
ଭୁବନେଶ୍ୱର : ବିଧାନସଭା ସମ୍ମୁଖରେ କଂଗ୍ରେସର ଧାରଣା । ତେଲ ତାତିକୁ ନେଇ  ଗୃହରେ ହୋହଲ୍ଲା । ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମଲତବୀ ଘୋଷଣା କଲେ ବାଚସ୍ପତି ପ୍ରଦୀପ ଅମାତ।

ଆଜି ବିଧାନସଭା ଆରମ୍ଭରୁ ହିଁ ତେଲ ତାତି ଦେଖିବାକୁ ମିଳିଥିଲା । ଗୃହ ଆରମ୍ଭ ହେବା ମାତ୍ରେ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି କଂଗ୍ରେସ ସଦସ୍ୟମାନେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଗୃହରେ ହୋହଲ୍ଲା କରିବା ଆରମ୍ଭ କରିଥିଲେ।

ସେହିପରି ବିରୋଧି ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ସମବାୟ ଦୁର୍ନୀତି ଓ ଚାରା ଘୋଟାଲାକୁ ନେଇ ନାରାବାଜି ଦେବା ଆରମ୍ଭ କରି ଦେଇଥିଲେ। ଫଳରେ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମଲତବୀ ଘୋଷଣା କରିଛନ୍ତି ବାଚସ୍ପତି ପ୍ରଦୀପ ଅମାତ। ଭାରତ ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହକୁ ତିନି ମିନିଟ ବିଳମ୍ବରେ ଆସିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ, ଭାରତ ବନ୍ଦକୁ ସମ୍ମାନ ଜଣାଇ ବିଧାନସଭା ସମ୍ମୁଖରେ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶ୍ରୀ ପଟ୍ଟନାୟକ ସହକର୍ମୀଙ୍କ ସହ ବିଧାନସଭା ସମ୍ମୁଖରେ ଧାରଣାରେ ବସି ରହି କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରୁଥିବା ଦେଖାଯାଇଛି ।

ଏଥିପାଇଁ ଆଜି କଡା ସୁରକ୍ଷା ମଧ୍ୟରେ ବାଚସ୍ପତି ପ୍ରଦୀପ ଅମାତଙ୍କୁ ବିଧାନସଭା ଗୃହକୁ ଅଣାଯାଇଥିଲା। ବିଧାୟକ ଓ ମନ୍ତ୍ରୀମାନେ ମଧ୍ୟ ବାଇକ ଯୋଗେ ଗୃହକୁ  ଆସି ପହଂଚିଥିଲେ। ଗାଡି ଚଳାଚଳ ବନ୍ଦ ଥିବାରୁ କେତେକ ବିଧାୟକ ଚାଲିଚାଲି ଗୃହରେ ଆସି ପହଂଚିଥିବାର ଦେଖାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ବିଧାନସଭା ପରିସରରେ ପୋଲିସ ମଧ୍ୟ ମୁତୟନ କରାଯାଇଛି ।