ଗ୍ୟାଙ୍ଗଷ୍ଟାର ଟିଟୋର ଓଲିଉଡ୍ ଲିଙ୍କ

0
443
gangstar tito
gangstar tito
ଭୁବନେଶ୍ୱର : ଗ୍ୟାଙ୍ଗଷ୍ଟାର ଟିଟୋର  ଓଲିଉଡ୍ ସହ ଲିଙ୍କ ଥିବାର ନୂଆ ସୁରାକ ମିଳିଛି।  ଫିଲ୍ମଟିର ମହୁରତ ସରିଥିବା ବେଳେ ବର୍ତ୍ତମାନ ତାହାର ସୁଟିଂ ଚାଲିଛି।  ଏ ନେଇ ତଦନ୍ତ କରାଯାଉଥିବା କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀ କହିଛନ୍ତି।

 ଦିନକୁ ଦିନ ଟିଟୋର ରହସ୍ୟମୟ ସାମ୍ରାଜ୍ୟ ଉପରୁ ଗୋଟିଏ ପରେ ଗୋଟିଏ ପରଦା ଉଠାଉଛି କ୍ରାଇମବ୍ରାଞ୍ଚ ଏସଟିଏଫ। ବିଭିନ୍ନ ବ୍ୟବସାୟିକ ସଂସ୍ଥାରେ ଗ୍ୟାଙ୍ଗଷ୍ଟାର ଟିଟୋର କଳାଧନ ଲାଗି ଥିବାର ଗନ୍ଧ ବାରିବା ପରେ ଏବେ ଓଲିଉଡ୍ ସହ ଲିଙ୍କ ଥିବାର ନୂଆ ସୁରାକ ମିଳିଛି।

କ୍ରାଇମବ୍ରାଞ୍ଚର ସୂଚନାନୁସାରେ, ଟିଟୋ ନିଜ ଭାଇ ଦ୍ୱାରା ଓଡ଼ିଆ ଫିଲ୍ମରେ ଟଙ୍କା ବିନିଯୋଗ କରୁଛି। ଏକ ନିର୍ମାଣାଧିନ ଓଡ଼ିଆ ଫିଲ୍ମରେ ଟିଟୋର ଟଙ୍କା ଲଗାଯାଇଛି। ସେହି ଫିଲ୍ମଟିର ମହୁରତ ସରିଥିବା ବେଳେ ବର୍ତ୍ତମାନ ତାହାର ସୁଟିଂ ଚାଲିଛି।  ଏହାସହ ଅନ୍ୟ ଏକ ଫିଲ୍ମରେ ମଧ୍ୟ ଏହି ଗ୍ୟାଙ୍ଗଷ୍ଟାର ଟଙ୍କା ଲାଗିଥିବା ସୁରାକ୍ ପାଇଥିବା ବେଳେ ଏ ନେଇ ତଦନ୍ତ କରାଯାଉଥିବା କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀ କହିଛନ୍ତି।

ଅପରପକ୍ଷରେ ଅନେକ ବେଆଇନ୍ କାରବାରରେ ଟିଟୋର ଅର୍ଥ ଲାଗିଥିବା ନେଇ ଏସଟିଏଫ ଓ ଇଡି ତନାଘନା ଚଳାଇଛି। ରିମାଣ୍ଡରେ ଥିବା ଟିଟୋର ଗୋଟିଏ ପେଟ୍ରୋଲ ପମ୍ପ ସିଲ୍ କରାଯାଇଥିବା ବେଳେ କଲିକତାରେ ଥିବା ଜମି ଓ ହାଇଦ୍ରାବାଦ ଏବଂ ଓଟିରେ ଥିବା ହୋଟେଲ ଉପରେ ଖୋଳତାଡ ଜାରି ରଖିଛି ଟିମ୍ ।

ପୂର୍ବରୁ ଟିଟଫଣ୍ଡ୍ ଟଙ୍କା ଓଲିଉଡରେ ପୁଞ୍ଜି ନିବେଶ ହେଉଥିବା ନେଇ ସିବିଆଇ ବହୁ ଓଲିଉଡ ଅଭିନେତା ଓ ନିର୍ଦ୍ଦେଶକଙ୍କୁ ଜେରା କରି ସାରିବା ପରେ ଏବେ ଗ୍ୟାଙ୍ଗଷ୍ଟାରର ଟଙ୍କା ଓଲିଉଡରେ ଲାଗିବା ଫିଲ୍ମ ଜଗତରେ ଆଲୋଡନ ସୃଷ୍ଟି କରିଛି।