ସ୍ୱାସ୍ଥ୍ୟ ପାଇଁ ଉପକାରୀ ରସୁଣ : ଜାଣନ୍ତୁ ଏହାର ଓøଷଧୀୟ ଗୁଣ…

0
394
garlic good for health
garlic good for health

ରସୁଣକୁ ଲୋକେ ଏକ ମସଲା ଭାବେ ଉପଯୋଗ କରିଥା’ନ୍ତି । ମାତ୍ର ଏହାର ଓøଷଧୀୟ ଗୁଣ ଚମକ୍ରାର । କେବଳ ଏହା ରୋଗ ହ୍ରାସ କରେ ନାହିଁ ବରଂ ରୋଗ ପ୍ରତିରୋଧକ ଶକ୍ତି ବି ବଢ଼ାଏ । ଜାଣନ୍ତୁ ରସୁଣ ଖାଇବା ଦ୍ୱାରା କ’ଣ ମିଳିଥାଏ ଫାଇଦା…

ରସୁଣରେ  ରହିଛି ପୋଟାସିୟମ , କପର , ଫସଫରସ , କ୍ୟାଲସିୟମ । ଏହା କୋଲେଷ୍ଟଲ କମାଇଥାଏ । ରକ୍ତ ସଞ୍ଚାଳନରେ ସାହାଯ୍ୟ କରିଥାଏ ।ଥଣ୍ଡା , ଜ୍ୱର , କାଶ, ଆଜମା , ଭଳି ରୋଗକୁ ମଧ୍ୟ ଏହା କମାଇବାରେ ସାହାଯ୍ୟ କରେ ।

ପ୍ରତିଦିନ ଘରେ ରସୁଣର ବ୍ୟବହାର ନିଶ୍ଚିତ ଭାବେ ହୋଇଥାଏ । ମସଲାରେ ଏହା ବ୍ୟବହୃତ ନ ହେଲେ ମସଲା ପ୍ରସ୍ତୁତ ହୋଇପାରେ ନାହିଁ । ଏହା କୋଲେଷ୍ଟଲ କମାଇଥାଏ । ରକ୍ତ ସଞ୍ଚାଳନରେ ସାହାଯ୍ୟ କରିଥାଏ । ଋକ୍ତ ଚାପ କମାଇଥାଏ ।ଶରୀରକୁ ପୋଷକ ଯୋଗାଇ ଥାଏ । ହାଡ଼କୁ ଶକ୍ତ କରିବାରେ ସାହାଯ୍ୟ କରେ ।  ଶରୀର ମଧ୍ୟରେ ହେଉଥିବା ସମସ୍ତ ପ୍ରକାର ସଂକ୍ରମିତ ରୋଗ , ଜୀବାଣୁକୁ କମ୍‌ କରିଥାଏ । ଏହା ମାଇଗ୍ରେନ (ଅର୍ଦ୍ଧ କପାଳି )ସମସ୍ୟାକୁ ମଧ୍ୟ ଦୂର କରିଥାଏ ।
ଏହାକୁ ନିୟମିତ ଖାଇବା ଦ୍ୱାରା ଘୁଙ୍ଗୁଡ଼ି ମାରିବା ସମସ୍ୟା ମଧ୍ୟ ଦୂର ହୋଇଥାଏ । ଦାନ୍ତ ବିନ୍ଧିବା ସମୟରେ ଏହାକୁ ବିନ୍ଧୁଥିବା ଦାନ୍ତରେ ରଖି ଅଳ୍ପ ଚୋବାଇଲେ ଏହା ଦାନ୍ତ ବିନ୍ଧା ଦୂର କରିଥାଏ । ଥଣ୍ଡା , ଜ୍ୱର , କାଶ, ଆଜମା , ଭଳି ରୋଗକୁ ମଧ୍ୟ ଏହା କମାଇବାରେ ସାହାର୍ଯ୍ୟ କରେ । କେଶ ବଢିବାରେ ଓ ଉପୁଡ଼ିବା କମାଇବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ ।