ସମ୍ପର୍କ ଛିନ୍ନ ପାଇଁ ୩ଟି ବାଇକକୁ ଜାଳି ଦେଲେ ପ୍ରେମିକା

0
394
bike ablazed by girl
bike ablazed by girl
କନ୍ଧମାଳ : ସମ୍ପର୍କ ଛିନ୍ନ  ପାଇଁ  ୩ଟି ବାଇକକୁ ଜାଳି ଦେଲେ ପ୍ରେମିକା ।   ଏଭଳି ଅଭିଯୋଗ ଆସିଛି କନ୍ଧମାଳ ବାଲିଗୁଡ଼ା ସୁନାପଙ୍ଗାରୁ । ଏନେଇ ଯୁବକଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ପ୍ରେମିକା ସହ ଝଗଡା କରିବା ଜଣେ ଯୁବକଙ୍କ ପାଇଁ କାଳ ହୋଇଛି। ପ୍ରତିଶୋଧ ପରାୟଣ ହୋଇ ପ୍ରେମିକା ଜଣକ ତାଙ୍କ ଘର ଆଗରେ ଥୁଆ ହୋଇଥିବା ୩ଟି ବାଇକରେ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ଏଭଳି ଅଭିଯୋଗ ଆସିଛି କନ୍ଧମାଳ ବାଲିଗୁଡ଼ା ସୁନାପଙ୍ଗାରୁ ।

ମିଳିଥିବା ସୂଚନାନୁସାରେ, ସୁନାପଙ୍ଗାର ଦିଲୀପ କୁମାର ନାୟକଙ୍କ ପୁଅ ଓ କେ.ନୂଆ ଗାଁ ବ୍ଲକ୍ ଅଞ୍ଚଳର ଜଣେ ଯୁବତୀ ପରସ୍ପରକୁ ଭଲ ପାଉଥିଲେ। ମାତ୍ର କିଛି ଦିନ ହେବା ସେମାନଙ୍କ ମଧ୍ୟରେ ଝଗଡା ହେବାରୁ ସମ୍ପର୍କ ଚ୍ଛିନ୍ନ ହୋଇଥିଲା। ଯେଉଁ କାରଣରୁ ପ୍ରତିଶୋଧ ପରାୟଣ ହୋଇ ଗତକାଲି ବିଳମ୍ୱିତ ରାତିରେ ଯୁବତୀ ଜଣକ ପ୍ରେମିକଙ୍କ ଘର ଆଗରେ ଥିବା ୩ଟି ବାଇକରେ ନିଆଁ ଲଗାଇ ପୋଡ଼ିଦେଇଥିବା ଆଭିଯୋଗ ହୋଇଛି। ଖବର ପାଇ ଦମକଳବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ। ଏନେଇ ଯୁବକଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।