ଲାଂଚ ଦେଉଛନ୍ତି କି ? ସାବଧାନ, ଏଣିକି ଭୋଗିବେ ୭ ବର୍ଷର ଜେଲ

0
378
action against bribe
action against bribe
ନୂଆଦିଲ୍ଲୀ : ‘ଭ୍ରଷ୍ଟାଚାର ନିବାରଣ ସଂଶୋଧନ ବିଧେୟକ ୨୦୧୮’ ବିଲ୍  ରାଷ୍ଟ୍ରପତିଙ୍କ ମଞ୍ଜୁରୀ ଲାଭ କରିଛି।  ଏବେ ଲାଞ୍ଚ ନେବା ଓ ଦେବା ଲୋକଙ୍କ ପାଇଁ ପଡ଼ିବ ମହଙ୍ଗା। ଲାଞ୍ଚ ଦେଉଥିବା ବ୍ୟକ୍ତିଙ୍କୁ ସର୍ବାଧିକ ୭ ବର୍ଷର ଜେଲ ଦଣ୍ଡାଦେଶ ହୋଇ ପାରେ।

 ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠୁ ନୂତନ ଭ୍ରଷ୍ଟାଚାର ନିରୋଧକ କାନୁନକୁ ମଞ୍ଜୁରୀ ମିଳିବା ପରେ ଏବେ ଲାଞ୍ଚ ଦେଉଥିବା ବ୍ୟକ୍ତିଙ୍କୁ ସର୍ବାଧିକ ୭ ବର୍ଷର ଜେଲ ଦଣ୍ଡାଦେଶ ହୋଇ ପାରେ। ଏହା ବ୍ୟତୀତ ଏହି ନିୟମରେ ଜନସେବକ, ନେତା, ଚାକିରିଆ ଓ ବ୍ୟାଙ୍କ କର୍ମଚାରୀଙ୍କୁ ଅଭିଯୋଜନରେ ସଂରକ୍ଷଣ ପ୍ରଦାନ କରାଯାଇଛି।  ଏବେ ସିବିଆଇ ପରି ତଦନ୍ତକାରୀ ଏଜେନ୍ସି ପାଇଁ ଏହି ସବୁ ଅଧିକାରୀଙ୍କ ବିରୋଧରେ ତଦନ୍ତ କରିବା ପୂର୍ବରୁ ସକ୍ଷମ ପ୍ରାଧିକାରଙ୍କ ମଞ୍ଜୁରୀ ନେବା ବାଧ୍ୟତାମୂଳକ କରାଯାଇଛି। ସରକାରୀ ଆଦେଶ ମୁତାବକ ରାଷ୍ଟ୍ରପତି ନିକଟରେ ଭ୍ରଷ୍ଟାଚାର(ସଂଶୋଧନ) ଅଧିନିୟମ, ୧୯୮୮କୁ ମଞ୍ଜୁରୀ ଦେଇଥିଲେ।

ଲାଞ୍ଚ ଦେବା ଓ ନେବା ଉଭୟକୁ ଅପରାଧ ଶ୍ରେଣୀରେ ସାମିଲ କରିବା ପାଇଁ ‘ଭ୍ରଷ୍ଟାଚାର ନିବାରଣ ସଂଶୋଧନ ବିଧେୟକ ୨୦୧୮’ ବିଲ୍ ମଙ୍ଗଳବାର ରାଷ୍ଟ୍ରପତିଙ୍କ ମଞ୍ଜୁରୀ ଲାଭ କରିଛି। ଲୋକସଭାରେ ପାରିତ ହେବା ପରେ ଏହାକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଯାଇଥିଲା। ସଂସଦର ଉଚ୍ଚସଦନ ରାଜ୍ୟସଭା ଏହି ବିଲକୁ ଗତ ସପ୍ତାହରେ ପାରିତ କରିଥିଲା।

‘ଭ୍ରଷ୍ଟାଚାର ନିବାରଣ ସଂଶୋଧନ ବିଧେୟକ ୧୯୮୮’ରେ ଅନେକ ନିୟମର ସଂଶୋଧନ ପାଇଁ ୨୦୧୩ ଅଗଷ୍ଟ ୧୯ରେ ଏହି ବିଲକୁ ରାଜ୍ୟସଭାରେ ଉପସ୍ଥାପନ କରାଯାଇଥିଲା। ସେହି ସମୟରେ ଏହି ବିଲର ସମୀକ୍ଷା ପାଇଁ ସଂସଦର ସ୍ଥାୟୀ କମିଟି ନିକଟକୁ ପଠାଇ ଦିଆଯାଇଥିଲା। ପୁଣି ସ୍ଥାୟୀ କମିଟିର ରିପୋର୍ଟ ମିଳିବା ପରେ ରାଜ୍ୟସଭାର ଉଚ୍ଚସ୍ତରୀୟ କମିଟିକୁ ପ୍ରଦାନ କରାଯାଇଥିଲା।  ଏହା ପରେ ଉଚ୍ଚସ୍ତରୀୟ କମିଟି ୨୦୧୬ ଅଗଷ୍ଟ ୧୨ରେ ନିଜର ରିପୋର୍ଟ ଉପସ୍ଥାପନ କରିଥିଲେ।

କେନ୍ଦ୍ର ସରକାର ଚଳିତ ବର୍ଷ ଏପ୍ରିଲ ୪ରେ ରାଜ୍ୟସଭାରେ ଭ୍ରଷ୍ଟାଚାର ନିବାରଣ ସଂଶୋଧନ ବିଧେୟକକୁ ଉପସ୍ଥାପନ କରିଥିଲା ଯାହାକୁ ଗତ ସପ୍ତାହ ଜୁଲାଇ ୧୯ରେ ପାସ୍ କରାଯାଇଥିଲା।  ଏହି ବିଧେୟକ ଜରିଆରେ ଭ୍ରଷ୍ଟାଚାର ନିବାରଣ ସଂଶୋଧନ ବିଧେୟକ-୧୯୮୮ରେ ଅନେକ ସଂଶୋଧନ କରାଯାଇଛି।  ବିଧେୟକ ଅନୁସାରେ ଲୋକସେବକଙ୍କ ଉପରେ ଭ୍ରଷ୍ଟାଚାର ମାମଲା ଚଳାଇବା ପୂର୍ବରୁ କେନ୍ଦ୍ର ମାମଲାରେ ଲୋକପାଳ ଓ ରାଜ୍ୟ ମାମଲାରେ ଲୋକାୟୁକ୍ତଙ୍କ ଅନୁମତି ନେବାକୁ ପଡ଼ିବ।

ଏ ପର୍ୟ୍ୟନ୍ତ ଲାଞ୍ଚ ନେବା ଅଭିଯୋଗରେ ସରକାରୀ କର୍ମଚାରୀଙ୍କୁ ୬ ମାସରୁ ନେଇ ୫ ବର୍ଷ ପର୍ୟ୍ୟନ୍ତ ଜେଲ ସଜା ହେବାର ନିୟମ ଥିଲା, ମାତ୍ର ଏହାକୁ ସଂଶୋଧନ କରାଯାଇ କାରବାସର ସୀମାକୁ ବୃଦ୍ଧି କରାଯାଇ ୩ ବର୍ଷରୁ ୭ ବର୍ଷ କରାଯାଇଛି।  କାନୁନ ମୁତାବକ ଏ ପର୍ୟ୍ୟନ୍ତ ଲାଞ୍ଚ ନେବା ଅପରାଧ ମାନା ଯାଉଥିଲା, ମାତ୍ର ଏବେ ଲାଞ୍ଚ ଦେବାକୁ ମଧ୍ୟ ଅପରାଧ ଶ୍ରେଣୀରେ ସାମିଲ କରାଯାଇଛି। ନିଜର ଫାଇଦା ପାଇଁ ଅପ୍ରତ୍ୟକ୍ଷ ଭାବେ କାମକୁ ପ୍ରଭାବିତ କରିବା ପାଇଁ ଲାଞ୍ଚ ଦେବା ଅପରାଧରେ ଅଭିଯୁକ୍ତଙ୍କୁ ୩ ରୁ ୭ ବର୍ଷ ପର୍ୟ୍ୟନ୍ତ ଜେଲ ଦଣ୍ଡ ଓ ଜୋରିମାନା ଦେବାକୁ ପଡିପାରେ।

ନୂତନ ସଂଶୋଧନ ଆଧାରରେ ଏବେ ତୃତୀୟ ପକ୍ଷ ଜରିଆରେ ଲାଞ୍ଚ ଦେବା ମଧ୍ୟ ଅପରାଧ ସ୍ଵୀକାର କରାଯିବ ଏବଂ ଦୋଷୀଙ୍କୁ ସଜା ମଧ୍ୟ ଦିଆଯିବ। କାନୁନ ମୁତାବକ ଏ ପର୍ୟ୍ୟନ୍ତ ବ୍ୟବସାୟିକ ନେଣଦେଣରେ ଲାଞ୍ଚ ଦେବା ସାମିଲ ଥିଲା ମାତ୍ର ଏବେ ଯଦି କୌଣସି ସଂଗଠନ ପକ୍ଷରୁ ନିଜ ବ୍ୟବସାୟର ଲାଭ ଉଦ୍ଦେଶ୍ୟରେ କୌଣସି ସରକାରୀ କର୍ମଚାରୀଙ୍କୁ ଲାଞ୍ଚ ଦେବା ଅବସ୍ଥାରେ ଧରା ପଡନ୍ତି ତେବେ ଉକ୍ତ କମ୍ପାନୀର କର୍ମଚାରୀଙ୍କୁ ଦୋଷୀ ବିବେଚନା କରାଯିବ।

ଏହା ସହିତ କମ୍ପାନୀର ମାଲିକଙ୍କୁ ମଧ୍ୟ ଦୋଷୀ ଦର୍ଶାଯିବ। ଏହା ସହିତ ଲାଞ୍ଚ ଦେଉଥିବା କର୍ମଚାରୀ, କମ୍ପାନୀର ମାଲିକ ଓ ଲାଞ୍ଚ ନେଉଥିବା ସରକାରୀ କର୍ମଚାରୀଙ୍କୁ ୩ ରୁ ୭ ବର୍ଷ ଜେଲ ଦଣ୍ଡ ହେବା ସହିତ ଜୋରିମାନା ମଧ୍ୟ ଦେବାକୁ ପଡ଼ିବ। ଯଦି ଏହି କ୍ଷେତ୍ରରେ ସଂଗଠନ ଓ ଏହାର ମାଲିକ ଉପରେ ଅଭିଯୋଗ ସିଦ୍ଧ ହେବ ନାହିଁ ତେବେ ଉଭୟ ଦୋଷୀ ସାବ୍ୟସ୍ତ ହେବେ ନାହିଁ।