ଶ୍ରୀମନ୍ଦିର ହୁଣ୍ଡିରୁ ସୁନା ଗାଏବ: ସିବିଆଇ ତଦନ୍ତ ଦାବି, ବିଜେପି ହାଇକୋର୍ଟର ଦ୍ୱାରସ୍ଥ

0
333
Jagannath-temple
Jagannath-temple
କଟକ  :  ଶ୍ରୀମନ୍ଦିର ହୁଣ୍ଡିରୁ ସୁନା ଗାଏବ ଘଟଣାର ଉପଯୁକ୍ତ ତଦନ୍ତ ପାଇଁ ଆଜି ବିଜେପି ହାଇକୋର୍ଟର ଦ୍ୱାରସ୍ଥ ହୋଇଛି। ଜନସ୍ୱାର୍ଥ ମାମଲା ଦାଏର କରିବା ସହ ସିବିଆଇ ତଦନ୍ତ ଦାବି  କରିଛି  ବିଜେପି ।

ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ ତାତି କେଇ ମାସ ନଥମୁଣୁ ଶ୍ରୀମନ୍ଦିର ହୁଣ୍ଡିରୁ ସୁନା ଗାଏବ ଘଟଣା ପୁଣି ରାଜ୍ୟ ସରକାରଙ୍କୁ କାଠ ଗଡାକୁ ଟାଣି ଆଣିଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ହୁଣ୍ଡିରୁ କିପରି ସୁନା ଗାଏବ ହେଲା ତାହା ଜଗନ୍ନାଥ ପ୍ରେମୀଙ୍କୁ ଆଚମ୍ବିତ କରିଛି। ଘଟଣାର ଉପଯୁକ୍ତ ତଦନ୍ତ ପାଇଁ ଆଜି ବିଜେପି ହାଇକୋର୍ଟର ଦ୍ୱାରସ୍ଥ ହୋଇଛି। ରାଜ୍ୟ ବିଜେପି ଉପ ସଭାପତି ସମୀର ମହାନ୍ତି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କରିବା ସହ ସିବିଆଇ ତଦନ୍ତ ଦାବି କରିଛନ୍ତି। ଦଳର ମୁଖ୍ୟ ସଚେତକ ତଥା ବରିଷ୍ଠ ଆଇନଜିବୀ ପିତାମ୍ବର ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି ।

ସୂଚନାନୁସାରେ ୧୯୮୩ ମସିହାରୁ ୨୦୧୮ ମଧ୍ୟରେ ହୁଣ୍ଡିରେ ପ୍ରାୟ ୧୮ କେଜି ସୁନା ଆଦାୟ ହୋଇଥିବା ହିସାବ ରହିଥିବା ବେଳେ ତା’ମଧ୍ୟରୁ ମାତ୍ର ୧୪ କେଜି ସୁନା  ଏସବିଆଇ ବ୍ୟାଙ୍କ ଲକରରେ ରଖାଯାଇଥିଲା । ବାକି ପ୍ରାୟ ୩ କେଜି ୭ ଶହ ଗ୍ରାମ ସୁନାର ହିସାବ ମିଳୁ ନ ଥିବାବେଳେ ଏହା କୁଆଡେ ଗଲା ତାହାର ତଦନ୍ତ ସିବିଆଇ କରୁ ବୋଲି ବିଜେପି ଦାବି କରିଛି ।