ପୁଣି ସୁନା ଜବତ

0
405
gold smuggle
gold smuggle
ଭୁବନେଶ୍ୱର : ରାଜ୍ୟର ମୁଖ୍ୟ ବିମାନବନ୍ଦରରୁ  ଆଜି ମଧ୍ୟ ବିପୁଳ ପରିମାଣର ସୁନା ଜବତ । ସୁନା ଚୋରାଚାଳାଣ ସମୟରେ ଯାତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ବହିଃଶୁକ୍ଳ ବିଭାର ।
ଭୁବନେଶ୍ୱର ବିମାନବନ୍ଦର ପାଲଟିଛି ସୁନା ଚୋରାଚାଲାଣକାରୀଙ୍କ ସ୍ୱର୍ଗ । ଗତ କିଛି ମାସ ଧରି ରାଜ୍ୟର ମୁଖ୍ୟ ବିମାନବନ୍ଦରରୁ ବାରମ୍ବାର ବିଭିନ୍ନ ଯାତ୍ରୀଙ୍କଠାରୁ ବିପୁଳ ପରିମାଣର ସୁନା ଜବତ ହେବାରେ ଲାଗିଛି । ଆଜି ମଧ୍ୟ ଏହି ଘଟଣାର ପୁନରାବୃତି ଘଟିଛି ।

ସୂଚନାଯୋଗ୍ୟ କି, ଆଜି ବିମାନବନ୍ଦରରୁ ଜଣେ ଯାତ୍ରୀଙ୍କଠାରୁ ୨୪୯ ଗ୍ରାମର ସୁନା ଜବତ କରାଯାଇଛି । ସୁନା ଚୋରାଚାଳାଣ ସମୟରେ ଯାତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ବହିଃଶୁକ୍ଳ ବିଭାର । ଏହାସହ ଯାତ୍ରୀଜଣଙ୍କ ଏକ ପଂଜାବୀ ଯୁବକ ହୋଇଥିବା ସୂଚନା ମିଳିଛି ।