ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦରରୁ ୯ ଲକ୍ଷ ଟଙ୍କାର ସୁନା ଜବତ ହୋଇଛି। ଯାତ୍ରୀଙ୍କୁ ଅଟକ ରଖି କଷ୍ଟମ ବିଭାଗ ପଚରାଉଚରା କରୁଛି ।
ପୁଣି ଥରେ ଭୁବନେଶ୍ୱର ବିମାନବନ୍ଦରୁ ସୁନା ଜବତ ହୋଇଛି। ବ୍ୟାଙ୍କକରୁ ଜଣେ ଯାତ୍ରୀ ଅଭିନବ ଉପାୟରେ ସୁନା ଆଣୁଥିବା ବେଳେ ତାଙ୍କ ଠାରୁ ୨୯୫ ଗ୍ରାମର ସୁନା ଜବତ କରାଯାଇଛି। କଷ୍ଟମ ବିଭାଗ ଜବତ କରିଥିବା ଏହି ସୁନାର ମୂଲ୍ୟ ପ୍ରାୟ ୯ ଲକ୍ଷ ୨୯ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି ।
ସୁନା ଚୋରାଚାଲାଣ କରିବାକୁ ଲୁଟେରା ମାନେ ବିମାନକୁ ଏକ ମାଧ୍ୟମ ଭାବରେ ଗ୍ରହଣ କରୁଥିବାର ଦେଖାଦେଇଛି। ଆଜି ଧରାପଡିଥିବା ଦିଲ୍ଲୀର ଯାତ୍ରୀ ଜଣକ ନିଜ ମଳଦ୍ୱାରରେ ସୁନା ଆଣୁଥିଲାବେଳେ ଧରା ପଡିଥିଲେ ବୋଲି ଜଣାପଡ଼ିଛି। ଯାତ୍ରୀଙ୍କୁ ଅଟକ ରଖି କଷ୍ଟମ ବିଭାଗ ପଚରାଉଚରା କରୁଛି ।
ଗତ କିଛି ମାସ ଧରି ରାଜ୍ୟର ମୁଖ୍ୟ ବିମାନବନ୍ଦରରୁ ବାରମ୍ବାର ବିଭିନ୍ନ ଯାତ୍ରୀଙ୍କଠାରୁ ବିପୁଳ ପରିମାଣର ସୁନା ଜବତ ହେବାରେ ଲାଗିଛି । ମାତ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଇତିମଧ୍ୟରେ ପୂର୍ବରୁ ଭୁବନେଶ୍ୱର ବିମାନବନ୍ଦରରୁ ୧୫ରୁ ଅଧିକ ଥର ସୁନା ଜବତ ହୋଇଛି।