ପୁଣି ଭୁବନେଶ୍ୱରର ବିମାନବନ୍ଦରରୁ ସୁନା ଜବତ

0
371
gold seized from airport
gold seized from airport

ଭୁବନେଶ୍ୱର : ପୁଣି  ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସୁନା ଜବତ କରାଯାଇଛି ।  ଜବତ ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ୫୬ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି ।

କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସୁନା ଜବତ କରାଯାଇଛି । ଆଜି ଚୋରାଚାଲାଣ ହେଉଥିବା ବେଳେ ୩୪୦ ଗ୍ରାମ ସୁନା ଜବତ କରାଯାଇଛି । ଜବତ ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ୫୬ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି ।

କ୍ୱାଲାଲମ୍ପପୁରରୁ ଚେନ୍ନାଇକୁ ସୁନା ଚୋରାଚାଲାଣ ବେଳେ କଷ୍ଟମ୍ସ ବିଭାଗ ଜବତ କରିଛି । ଏହି ଘଟଣାରେ ଦୁଇ ଜଣଙ୍କକୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ପୂର୍ବରୁ ଅନେକ ଥର ଭୁବନେଶ୍ୱର ବିମାନ ବନ୍ଦରରୁ ସୁନା ଜବତ କରାଯାଇଛି ।