ରତ୍ନଭଣ୍ଡାର ଚାବି ହଜିବା ଘଟଣା : ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ

0
371
cm naveen patnaik
cm naveen patnaik
ଭୁବନେଶ୍ୱର :  ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାର ହେବ ବିଚାର ବିଭାଗୀୟ ତଦନ୍ତ । ୩ ମାସ ମଧ୍ୟରେ ତଦନ୍ତ କରି ସରକାରଙ୍କୁ ରିପୋର୍ଟ ଦେବେ।ଏ  ନେଇ ଜାରି ହୋଇଥିବା ବିଜ୍ଞପ୍ତିରୁ ଜଣାପଡ଼ିଛି।
ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଏହାର ତଦନ୍ତ କରିବେ । କ୍ରମେ ୩ ମାସ ମଧ୍ୟରେ ତଦନ୍ତ କରି ସରକାରଙ୍କୁ ରିପୋର୍ଟ ଦେବେ ବୋଲି ସଚିବାଳୟରୁ ଜାରି ହୋଇଥିବା ବିଜ୍ଞପ୍ତିରୁ ଜଣାପଡ଼ିଛି।

ଆଜି ରାଜ୍ୟ ସଚିବାଳୟରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏ ବିଷୟରେ ଆଲୋଚନା କରିଥିଲେ। ଶ୍ରୀ ଜେନାଙ୍କ ସହ ବିଚାର ବିମର୍ଷ କରିବା ପରେ ମୁଖ୍ୟମନ୍ତ୍ରୀ ଏପରି ନିଷ୍ପତି ନେଇଛନ୍ତି। କେଉଁ ପରିସ୍ଥିତିରେ ରତ୍ନଭଣ୍ଡାର ଚାବି ହଜିଲା, କାହିଁକି ହଜିଲା ଏବଂ ଏଥିପାଇଁ କିଏ ଦାୟୀ ଏବଂ ରତ୍ନଭଣ୍ଡାରରେ ରତ୍ନ ସୁରକ୍ଷା ଅଛି କି ନାହିଁ ସେ ନେଇ ତଦନ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ନିଦ୍ଦେଶ ଦେଇଛନ୍ତି।

ପ୍ରକାଶ ଯେ, ରତ୍ନ ଭଣ୍ଡାରର ଚାବି ନମିଳିବାକୁ ଜଗନ୍ନାଥପ୍ରେମୀଙ୍କ ମନରେ ଅସନ୍ତୋଷ ଦେଖାଯାଇଥିଲା।  ଶ୍ରୀ ଗୋବର୍ଦ୍ଧନ ମଠ ପୀଠାଧୀଶ ନିଶ୍ଚଳାନନ୍ଦ ସରସ୍ୱତୀ ମଧ୍ୟ ଏଭଳି ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଥିବାବେଳେ ବିରୋଧୀ ଦଳ ଏହାକୁ ନିନ୍ଦା କରିବା ସହ ସମାଲୋଚନା କରିଥିଲେ।