ସରକାର ଲାଗୁ କଲେ ‘ସର୍ବକ୍ଷମା’ ଯୋଜନା

0
417
amnesty scheme
amnesty scheme
ଭୁବନେଶ୍ୱର  : ‘ସର୍ବକ୍ଷମା’ ଯୋଜନା ଘୋଷଣା କରିଛନ୍ତି ରାଜ୍ୟ ସରକାର ।  ବେଆଇନ ଘର ନିର୍ମାଣକାରୀ,  ନିୟମ ଖିଲାପକାରୀ ହେଲେ ଆଶ୍ୱସ୍ତ ।

 ବହୁ ବିଚାରବିମର୍ଷ ପରେ ବିଲ୍ଡିଂ ନିୟମ ଖିଲାପକାରୀଙ୍କ ପାଇଁ ଆଜି ‘ସର୍ବକ୍ଷମା’ ଯୋଜନା ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ସରକାରଙ୍କ ଅନୁମୋଦନ ପରେ ନଗର ଉନ୍ନୟନ ମନ୍ତ୍ରୀ ନିରଂଜନ ପୂଜାରୀ ଆଜି ଏହି ଯୋଜନାର ବିଦ୍ଧିବଦ୍ଧ ଘୋଷଣା କରିଥିବା ନେଇ ସୂଚନା ମିଳିଛି ।

ବିଡିଏ ସମେତ ୯ ଟି ଉନ୍ନୟନ କର୍ତୃପକ୍ଷରେ ଏହି ଯୋଜନା କାର୍ଯ୍ୟକାରୀ ହେବାନେଇ ସ୍ଥିର ହୋଇଛି । ଏହି ଯୋଜନାରେ ବେଆଇନ ଘର ନିର୍ମାଣକାରୀଙ୍କଠାରୁ ବର୍ଗଫୁଟ ହିସାବରେ ଜରିମାନା ଆଦାୟ କରାଯିବ । ମାତ୍ର ଚଳିତ ଥର ଏହି ଜରିମାନା ପରିମାଣରେ ବୃଦ୍ଧି କରାଯାଇଥିବାବେଳେ ବାସଗୃହ ପାଇଁ ବର୍ଗ ଫୁଟ ପିଛା ୬୦୦ ଟଙ୍କା , ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ବର୍ଗଫୁଟକୁ ୧୭୫୦ ଟଙ୍କା ଲେଖାଏଁ ଆଦାୟ କରିବାକୁ ସ୍ଥିର ହୋଇଛି । ଏହାସହ ୩୦୦ ବର୍ଗଫୁଟ ନିର୍ମାଣ ପାଇଁ କୌଣସି ଏନଓସି ଦରକାର ନାହିଁ ବୋଲି ସୂଚନା ଦିଆଯାଇଛି । ବେଆଇନ ନିର୍ମାଣ ପାଇଁ କେବଳ  ଅଗ୍ନୀ ନିରାପତାନେଇ ପ୍ରମାଣ ପତ୍ର ଦେବାକୁ ପଡିବ ବୋଲି କହିଛି ନଗର ଉନ୍ନୟନ ବିଭାଗ ।

ପୂର୍ବରୁ ୨୦୦୭-୦୮ରେ କେବଳ ବିଡିଏ ଅଂଚଳ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହୋଇଥିଲା । ମାତ୍ର ଚଳିତ ଥର ବିଡିଏ ସମେତ ଅନ୍ୟ ଉନ୍ନୟନ କର୍ତୃପକ୍ଷରେ ମଧ୍ୟ ଏହି ଯୋଜନା କାର୍ଯ୍ୟକାରୀ ହେବାନେଇ ସ୍ଥିର ହୋଇଛି ।