ଚାରା ଦୁର୍ନୀତିକୁ ନେଇ ଅଡୁଆରେ ସରକାର

0
480
cm navven patnaik
cm navven patnaik

ଭୁବନେଶ୍ୱର : ଚାରା ଦୁର୍ନୀତିକୁ ନେଇ ବିରୋଧିଙ୍କ ଟାର୍ଗେଟରେ ସରକାର । ଦୁନୀତିକୁ ଘଂଟ ଘୋଡାଇବାକୁ ହୋଇଥିବା ଉଦ୍ୟମ ପାଇଁ ଓଡୁଆରେ ପଡିଛନ୍ତି ରାଜ୍ୟ ସରକାର ।

ଖୋଦ ଶାସକ ଦଳର ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡା ଦାମୋଦର ରାଉତ ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ କାଠଗଡାରେ ଠିଆ କରାଇଥିବା ବେଳେ ବିରୋଧି ବିଜେପି ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛି । ଚାରାରେ ୧୦୦ କୋଟିର ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଥିବାରୁ ସିବିଆଇ ତଦନ୍ତ ଦାବି କରିଛି ଦଳ ।

ଚାରାରେ ୧୭ କୋଟି ଟଙ୍କାର ଦୁର୍ନୀତି ହୋଇଥିବା କୃଷି ବିଭାଗ ସ୍ୱୀକାର କରିବା ପରେ ଡା ରାଉତ ସରକାରଙ୍କୁ ଘେରିବା ସହ ୧୦୦ କୋଟିର ଦୁର୍ନୀତି ହୋଇଥିବା ଦମ୍ଭୋକ୍ତିର ସହ କହିଥିଲେ । ତା’ଛଡା ମନରେଗାରେ ମଧ୍ୟ ଦୁର୍ନୀତି ହୋଇଥିବା ସେ ସୂଚନା ଦେଇଛନ୍ତି । ଏହି ଦୁର୍ନୀତିକୁ ନେଇ ସରକାରଙ୍କୁ ଟର୍ଗେଟ କରିଛି ବିରୋଧି ଦଳ ।

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ଯେ ଚାରାରେ ଦୁର୍ନୀତି ୧୦୦ କୋଟିରୁ ଅଧିକ ହେବ । ଏହାର ତଦନ୍ତ ହେବା ଦରକାର । ସେହିପରି ଅଭିଯୁକ୍ତ ମାନଙ୍କୁ ଉପର ମହଲରୁ ଘଂଟ ଘୋଡାଇବାକୁ ଚେଷ୍ଟା ଚାଲିଥିବାରୁ ଏହାର ସିବିଆଇ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି । ଫଳରେ ଏହି ଦୁର୍ନୀତିରେ ଯେଉଁମାନେ ସଂପୃକ୍ତ ଜଣାପଡିବ ।