ଆଖୁ ଚାଷୀଙ୍କୁ ସରକାର ଦେବେ ୨୦ ହଜାର କୋଟି ଟଙ୍କା

0
274
sugarcane
sugarcane

ନୂଆଦିଲ୍ଲୀ :  ଆଖୁଚାଷୀଙ୍କ ପାଇଁ ସୁଖବର ।  ସରକାର ଆଖୁ ଚାଷୀଙ୍କ ବାକି ରହିଥିବା ୨୦ ହଜାର କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଏହା ସହିତ ସରକାର ଚିନି ଉପରୁ ରପ୍ତାନୀ ଶୁଳ୍କ ମଧ୍ୟ ହଟାଇ ଦେଇଛନ୍ତି।

ସାରା ଦେଶରେ ଜାରି ଚାଷୀ ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ସରକାର ଆଖୁ ଚାଷୀଙ୍କୁ ବଡ଼ ଆଶ୍ଵସ୍ତି ଦେଇଛନ୍ତି। ସରକାର ଆଖୁଚାଷୀଙ୍କ ପାଇଁ ସୁଖବର ଦେଇ ଘୋଷଣା କରି କହିଛନ୍ତି ଯେ ଆଖୁ ପାଇଁ ୩୦ ଲକ୍ଷ ଟନର ବଫର ଷ୍ଟକ ନିର୍ମାଣ କରାଯିବ। ଏହା ବ୍ୟତୀତ  ଚାଷୀଙ୍କ  ବାକି  ଥିବା ୨୦ ହଜାର କୋଟି ଟଙ୍କା ପରିଶୋଧ ମଧ୍ୟ କରାଯିବ। ସରକାର ଆଶା ରଖିଛନ୍ତି ଯେ ବଫର ଷ୍ଟକ ଜରିଆରେ ଚିନିର ଯୋଗାଣକୁ କମ କରାଯାଇ ପାରିବ।

ଅଲ ଇଣ୍ଡିଆ କିସାନ ସଂଘର୍ଷ ସମିତି ସରକାରଙ୍କ ପକ୍ଷରୁ ନିଆଯାଇ ଥିବା ଏହି ନିଷ୍ପତ୍ତି ଉପରେ କହିଛନ୍ତି ଯେ ଏହା କୈରାନାର ପ୍ରଭାବ। ସରକାର କର୍ପୋରେଟଙ୍କ ହାତରେ ନାଚୁଛନ୍ତି। ଏବେ ଚିନି ମିଲଗୁଡିକୁ ବାକି ଥିବା  ରାଶି ପରିଶୋଧ କରିବାକୁ ପଡ଼ିବ।

ବର୍ତ୍ତମାନ ଏକ କେଜି ଚିନିର ମୂଲ୍ୟ ରହିଛି ୨୫ ଟଙ୍କା। ମାତ୍ର ଏହାର ତିଆରିରେ ଖର୍ଚ୍ଚ ହେଉଛି ୩୦ ଟଙ୍କା। ତେଣୁ ଚିନି ମିଲକୁ ନିଜ ପାଖରେ ଚିନିର ବଫର ଷ୍ଟକ ରଖିବାକୁ ପଡ଼ିବ। ଯଦ୍ଵାରା ସେମାନେ ଚିନିକୁ ମହଜୁଦ କରି ରଖି ପାରିବେ। ଏବେ ସରକାରଙ୍କ ଏହି ବଡ଼ ନିଷ୍ପତ୍ତିରେ ଇଣ୍ଡିଆନ ସୁଗାର ମିଲ୍ସ ଆସୋସିଏସନର କହିବା କଥା ଆମେ କ୍ୟାବିନେଟର ନିଷ୍ପତ୍ତିକୁ ଅପେକ୍ଷା କରୁଛୁ। ଏହା ଦ୍ଵାରା ଆଗାମୀ ଯୋଜନା ତିଆରି କରାଯାଇ ପାରିବ। ଏ ପର୍ୟ୍ୟନ୍ତ ରଣନୀତି କଣ ରହିବ ତାହା ସ୍ପଷ୍ଟ ହୋଇନାହିଁ। ମାତ୍ର ଆସୋସିଏସନ ସରକାର ଇଥେନାଲ  ଉପରେ ଦେଉଥିବା ନୂତନ ପ୍ରୋତ୍ସାହନ ରାଶିକୁ ସ୍ଵାଗତ କରିଛନ୍ତି।