ବ୍ୟାଡମିଣ୍ଟନକୁ ପ୍ରୋତ୍ସାହନ ଦେବେ ସରକାର

0
513
mou with gopichand
mou with gopichand

ଭୁୁବନେଶ୍ୱର :  ହକି ପରେ ବ୍ୟାଡମିଣ୍ଟନକୁ ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର । ଏଥି ପାଇଁ କୀଡା ଓ ଯୁବ ସେବା ବିଭାଗ ଓ  ଗୋପିଚାନ୍ଦ ଫାଉଣ୍ଡେସନ ମଧ୍ୟରେ ବୁଝାମଣାପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଛି । ରାଜ୍ୟ ସରକାର ସମସ୍ତ ଭିତ୍ତିଭୂମି ସୁବିଧା ଯୋଗାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବ୍ୟାଡମିଣ୍ଟନ ଖେଳାଳିଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାର ହକି ପରେ ବ୍ୟାଡମିଣ୍ଟନକୁ ପ୍ରୋତ୍ସାହନ ଦେବାକୁ ପଦକ୍ଷେପ ନେଇଛନ୍ତି । ଏଥି ପାଇଁ କୀଡା ଓ ଯୁବ ସେବା ବିଭାଗ ଓ ପୁଲେଲା ଗୋପିଚାନ୍ଦ ବ୍ୟାଡମିଣ୍ଟନ ଫାଉଣ୍ଡେସନ ମଧ୍ୟରେ ବୁଝାମଣାପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଛି । ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକଙ୍କ ଉପସ୍ଥିତିରେ ଶୁକ୍ରବାର ହୋଇଥିବା ବୁଝାମଣା ପରେ ବ୍ୟାଡମିଣ୍ଟନରେ ଅଲମ୍ପିକ ପଦକ ଜିତିବା ଓଡ଼ିଶା ଆଶା ରଖିଛି ।

ବୁଝାମଣା ପରେ ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି, ବ୍ୟାଡମିଣ୍ଟନ କିମ୍ବଦନ୍ତୀ ପୁରୁଷ ପଦ୍ମଭୂଷଣ ପୁଲେଲା ଗୋପିଚାନ୍ଦ ଦେଶବିଦେଶରେ ଅନେକ ବ୍ୟାଡମିଣ୍ଟନ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଇ ମଜବୁତ କରିଛନ୍ତି । ସେ ଯେଉଁ ଖେଳାଳିମାନଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି, ସେମାନେ ଦେଶ ପାଇଁ ସୁନାମ ଅର୍ଜନ କରିଛନ୍ତି । ଏହି ବୁଝାମଣାପତ୍ର ମାଧ୍ୟମରେ ବିଶ୍ୱସ୍ତରୀୟ ବ୍ୟାଡମିଣ୍ଟନ ତାଲିମ ସୁବିଧା ଦିଆଯିବ । ଫଳରେ ଆମ ରାଜ୍ୟର ଖେଳାଳିମାନେ ଆନ୍ତର୍ଜାତୀୟ ସ୍ତରରେ ରାଜ୍ୟର ସୁନାମ ଅର୍ଜନ କରିବେ । ଏଥି ପାଇଁ ଗୋପିଚାନ୍ଦ ଓ ତାଙ୍କ ଫାଉଣ୍ଡେସନକୁ ରାଜ୍ୟ ସରକାର ସମସ୍ତ ଭିତ୍ତିଭୂମି ସୁବିଧା ଯୋଗାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ବର୍ଷ ଆୟୋଜିତ ଏସିଆନ ଦୌଡକୁଦ ପ୍ରତିଯୋଗିତା ସଫଳତାପୂର୍ବକ ଶେଷ ହୋଇଥିଲା । ମାତ୍ର ୯୦ ଦିନ ଭିତରେ ଭୁବନେଶ୍ୱରରେ ଏଭଳି ବିଶାଳ କ୍ରୀଡାର ଆୟୋଜନ ହୋଇ ପାରଥିଲା, ଯେଉଁଥିରେ କି ୪୨ଟି ଦେଶର ପ୍ରତିଯୋଗୀ ଭାଗ ନେଇଥିଲେ ।