ଏଣିକି ସବୁ ଡଙ୍ଗାରେ ଲାଗିବ ଜିପିଏସ : ନିଯୁକ୍ତ ହେବେ ଜୀବନରକ୍ଷାକାରୀ

0
381
gps in boat
gps in boat
ଭୁବନେଶ୍ୱର : ଏଣିକି ସବୁ ଡଙ୍ଗାରେ ଜିପିଏସ ଲଗାଯିବ । ଏ ଦ୍ୱାରା ଡଙ୍ଗାର ଗତିବିଧି ଉପରେ ନିରୀକ୍ଷଣ ରଖାଯିବ। ଅଘଟଣ ରୋକିବାକୁ ଜୀବନରକ୍ଷାକାରୀ ମଧ୍ୟ ନିଯୁକ୍ତି ଦିଆଯିବ ବୋଲି ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ କହିଛନ୍ତି।

ଚିଲିକାରେ ଡଙ୍ଗା ବୁଡି ୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହେବା ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି। ଏଣିକି ସବୁ ଡଙ୍ଗାରେ ଜିପିଏସ ଲଗାଯିବା ନେଇ ନିଷ୍ପତି ନେଇଛନ୍ତି ପରିବହନ ମନ୍ତ୍ରୀ ଶ୍ରୀ ସାହୁ ।

ଅପରପକ୍ଷରେ ଡଙ୍ଗା ବୁଡିର କାରଣ କେବଳ ପବନ ନୁହଁ ବୋଲି ଜଣାପଡିଛି। ଦୁର୍ଘଟଣାଗ୍ରସ୍ତ ଡଙ୍ଗାଟି ସରକାରୀ ପଞ୍ଜୀକରଣ ହୋଇ ନ ଥିବା ଶ୍ରୀ ସାହୁ ସୂଚନା ଦେଇଛନ୍ତି।  ଏହି ଘଟଣାର ତଦନ୍ତ ସମ୍ପୂର୍ଣ୍ଣ ଶେଷ ହେବା ପରେ ଅଭିଯୁକ୍ତ ବିରୋଧରେ  କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ବିଭାଗୀୟ ମନ୍ତ୍ରୀ କହିଛନ୍ତି।

ଏଠାରେ ପ୍ରକାଶ ଥାଉ କି ଏହି ଡଙ୍ଗା ବୁଡି ଘଟଣା ପରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଡଙ୍ଗା ମାଲିକ ଓ ନାବିକ ମାନଙ୍କ ଉପରେ କିଛି କଟକଣା ଲାଗୁ କରିଛି । ଚିଲିକା ଭିତରକୁ ବୁଲିବାକୁ ହେଲେ ଲାଇଫ ଜ୍ୟାକେଟ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଲାଇଫ ଜ୍ୟାକେଟ ବିନା ଡଙ୍ଗା ଉପରେ ଚଢିବା ମନା । ପ୍ରତ୍ୟେକ ଡ଼ଙ୍ଗାରେ ଅଗ୍ନି ପ୍ରଶମନ ଯନ୍ତ୍ର ଓ ଲାଇଫ ବୟ ରହିବେ ।  ବୋଟ ଚଳାଇବା ଲାଇସେନ୍ସଧାରୀ ମାନେ ହିଁ ବୋଟ ଚଳାଇବେ । ପ୍ରତ୍ୟେକ ଡ଼ଙ୍ଗାରେ ଡଷ୍ଟବିନ୍ ରହିବ । ଛାଇ ଓ ପାଣି ବ୍ୟବସ୍ଥା ରହିବ । ବୋଟ ଗୁଡ଼ିକ ନିର୍ଦ୍ଦିଷ୍ଟ ମାପରେ ହୋଇଛି ନାହିଁ ଯାଞ୍ଚ କରାଯିବ । ଆଜିଠାରୁ ଚିଲିକାରେ ଏହି ଆଇନ ଲାଗୁ ହେବ ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆହୂତ ବୈଠକରେ ନିଷ୍ପତ୍ତି ନିଆଯାଇଛି ।