ଉଦଘାଟିତ ହେଲା ଗୁରୁପ୍ରିୟା ସେତୁ

0
303
cm inagurated gurupriya setu
cm inagurated gurupriya setu
ମାଲକାନଗିରି : ବହୁ ଚର୍ଚ୍ଚିତ ମାଲକାନଗିରି ଗୁରୁପ୍ରିୟା ସେତୁକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସେତୁ ଉଦଘାଟନ ପରେ ପ୍ରାୟ ୧୫୧ଟି ଗ୍ରାମର ପାଖାପାଖି ୩୦ ହଜାର ଲୋକ ଉପକୃତ ହେବେ ।

ଜଳବନ୍ଦୀ ଜୀବନରୁ ମୁକ୍ତି ପାଇଛନ୍ତି ମାଲକାନଗିରି ବିଚ୍ଛିନ୍ନାଞ୍ଚଳ ବାସିନ୍ଦା ।  ବିଚ୍ଛିନ୍ନାଞ୍ଚଳ ବାସିନ୍ଦାଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି ।  ୧୮୨ କୋଟି ଟଙ୍କାରେ ନିର୍ମିତ ମାଲକାନାଗିରି ଜିଲ୍ଲାର ବହୁ ପ୍ରତିକ୍ଷୀତ ଗୁରୁପ୍ରିୟା ସେତୁକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ବିଏସ୍‌ଏଫ୍‌ ହେଲିକପ୍ଟର ଯୋଗେ ସେଠାରେ ପହଁଚି ସେତୁକୁ ଉଦଘାଟନ କରିଛନ୍ତି ।

ଏହା ପୂର୍ବରୁ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସେଠାରେ ପହଁଚି ସମସ୍ତ କାର୍ୟ୍ୟର ତଦାରଖ କରିଥିଲେ । ଏହି ଅଂଚଳରେ ପୋଲ ନ ଥିବାରୁ ପ୍ରାୟ ୧୦ଟି ପଂଚାୟତର ଲୋକମାନେ ଜଳବନ୍ଦୀ ଜୀବନ ଯାପନ କରୁଥିଲେ । ଗମନାଗମନାରେ ଅସୁବିଧା ଯୋଗୁଁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ବୋଟ୍‌ ହିଁ ଲୋକମାନଙ୍କ ଏକମାତ୍ର ସାହାରା ଥିବାବେଳେ ସ୍ୱାସ୍ଥ୍ୟ ସମସ୍ୟାଠାରୁ ଆରମ୍ଭ କରି ମାଓବାଦୀଙ୍କ ଭୟ ଲୋକମାନଙ୍କ ଜୀବନକୁ ଦୁର୍ବିସହ କରି ଦେଇଥିଲା । ଏହି ସେତୁ ଦ୍ୱାରା ଲୋକଙ୍କ ନିକଟରେ ସମସ୍ତ ସୁବିଧା ସୁଯୋଗ ପହଁଚି ପାରିବ ବୋଲି ଲୋକମାନେ ଆଶାବଦୀ ଅଛନ୍ତି ।

ଅନ୍ୟପକ୍ଷରେ ମାଓବାଦୀଙ୍କୁ ନଜର ରଖି ଗୁରୁପ୍ରିୟା ସେତୁର ୨୦ କିଲୋମିଟର ଦୂରତା ପର୍ୟ୍ୟନ୍ତ ସମସ୍ତ ରାସ୍ତାକୁ ସିଲ୍‌ କରାଯାଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ବିଏସ୍‌ଏଫ୍‌, ଏସ୍‌ଓଜି ଓ ଡିଭିଏଫ୍‌ ଯବାନଙ୍କୁ ନିୟୋଜିତ କରାଯାଇଛି । ସେତୁର ସୁରକ୍ଷା ପାଇଁ ଆଲୋକୀକରଣ ସହିତ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି । ଏହା ପୂର୍ବରୁ ସେତୁରୁ ମାତ୍ର ୭ ରୁ ୮ କିଲୋମିଟର ଦୂରତା ଜନ୍ତାପାଇରେ ପ୍ରତିଷ୍ଠା ହୋଇଛି ବିଏସ୍‌ଏଫ୍‌ କ୍ୟାମ୍ପ । ଗୁରୁପ୍ରିୟା ସେତୁକୁ ପୂରା କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି ।

ପୂର୍ବରୁ ବିପଦସଙ୍କୁଳ ଜଳଯାତ୍ରା କରି ସେମାନଙ୍କୁ ଚିତ୍ରକୋଣ୍ଡା ଯାଏ ଯିବାକୁ ହେଉଥିଲା । ୧୯୮୬ ମସିହାରେ ସେତୁ ନିର୍ମାଣ ନେଇ ଯୋଜନା ହୋଇଥିଲା । ନିର୍ମାଣ ପାଇଁ ୬ଥର ଟେଣ୍ଡର ସତ୍ୱେ କାମ ବଢୁନଥିଲା । ୨୦୧୪ରେ ୯୧୦ ମିଟର ଲମ୍ବା ଏହି ସେତୁର ନିର୍ମାଣ ଆରମ୍ଭ ହୋଇଥିଲା ।