ଶିକ୍ଷା କ୍ଷେତ୍ରରେ ସମୟ ଉପଯୋଗୀ ସଂସ୍କାର ଆଣିବାକୁ ରାଜ୍ୟପାଳଙ୍କ ପରାମର୍ଶ

0
235
guv with vcs
guv with vcs

ଭୁବନେଶ୍ୱର : ଦେଶର ୧୦୦ ବିଶ୍ୱବିଦ୍ୟାଳୟ ତାଲିକାରେ ଓଡ଼ିଶାରେ କୌଣସି ବଶ୍ୱବିଦ୍ୟାଳୟ ସ୍ଥାନ ପାଇ ନାହାଁନ୍ତି। ତେଣୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଶାରେ ବହୁ ସଂସ୍କାର ଅଣାଯାଇ ପାରିବ। ସବୁ ବିଶ୍ୱବିଦୃାଳୟ ପାଇଁ ଏକକ ପ୍ରବେଶିକା ପରୀକ୍ଷା କରାଯାଇ ପାରିବ ବୋଲି ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କହିଛନ୍ତି।

ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ସତ୍ୟପାଲ ମଲିକଙ୍କ ଅଧ୍ୟକ୍ଷତାରେ ଆଜି ରାଜଭବନରେ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟ କୁଳପତି ଯୋଗ ଦେଇଛନ୍ତି। ଏଥିସହ ରାଜ୍ୟ ସରକାରଙ୍କ ୪ଟିି ବିଭାଗର ମନ୍ତ୍ରୀ ଓ ସଚିବମାନେ ଏହି ସମ୍ମିଳନୀରେ ସାମିଲ ହୋଇଛନ୍ତି। ଏହି ସମ୍ମିଳନୀରେ ରାଜ୍ୟପାଳ ଶ୍ରୀ ମଲ୍ଲିକ କହିଛନ୍ତି ଯେ ବିହାର ତୁଳନାରେ ଓଡ଼ିଶେରେ ଉଚ୍ଚଶିକ୍ଷା ସ୍ଥିତି ଭଲ । ତେବେ ଏବେ ବି ଦେଶର ୧୦୦ ବିଶ୍ୱବିଦ୍ୟାଳୟ ତାଲିକାରେ ଓଡ଼ିଶାରେ କୌଣସି ବଶ୍ୱବିଦ୍ୟାଳୟ ସ୍ଥାନ ପାଇ ନାହାଁନ୍ତି। ତେଣୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଶାରେ ବହୁ ସଂସ୍କାର ଅଣାଯାଇ ପାରିବ।ସବୁ ବିଶ୍ୱବିଦୃାଳୟ ପାଇଁ: ଏକକ ପ୍ରବେଶିକା ପରୀକ୍ଷା କରାଯାଇ ପାରିବ ବୋଲି ରାଜ୍ୟପାଳ ଶ୍ରୀ ମଲ୍ଲିକ କହିଛନ୍ତି। ଛାତ୍ର ସଂସଦ ନିର୍ବାଚନ ଓ ଛାତ୍ର ନେତାଙ୍କ ଦ୍ୱାରା ନୂତନ ଦୃଢ଼ ନେତୃତ୍ୱ ଆଗକୁ ଆସିବ ବୋଲି କହି ବିଶ୍ୱବିଦ୍ୟାଳୟର ଛାତ୍ରସଂସଦ ନିର୍ବାଚନ ସପକ୍ଷରେ ମତ ଦେଇଛନ୍ତି ରାଜ୍ୟପାଳ ଶ୍ରୀ ମଲ୍ଲିକ।
ବ ରାଜଭବନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ପଦବୀ ପୂରଣ, କ୍ୟାମ୍ପସ ଶୃଙ୍ଖଳା, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ପାଇଁ ଜମି ଚିହ୍ନଟର ଅଗ୍ରଗତି, ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଓ ୪୦ ଏକର ଜମି ଗାଏବ ଘଟଣା, ରେଭେନ୍ସା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସର ଅଗ୍ରଗତି ନେଇ ସମ୍ମିଳନୀରେ ଆଲୋଚନା ହେଉଛି। ଏହାବ୍ୟତୀତ ସମସ୍ତ ବିଶ୍ୱବିଦ୍ୟାଳୟରେ କ୍ରୀଡ଼ା କମ୍ପ୍ଲେକ୍ସ ନିର୍ମାଣ, ଗବେଷଣାକୁ ପ୍ରାଧାନ୍ୟ, କ୍ୟାମ୍ପସରେ ଉତ୍କର୍ଷ କେନ୍ଦ୍ର ସ୍ଥାପନ, ପ୍ଲେସମେଣ୍ଟ ସେଲ୍‌ର କାର୍ଯ୍ୟକାରିତା, ଅଭିଯୋଗର ଶୁଣାଣି ଓ ସମାଧାନ ପଦ୍ଧତିର କ୍ରିୟାଶୀଳତା, ବିଭିନ୍ନ ଅନୁଦାନର ସୁବିନିଯୋଗ ଓ ଧାର୍ଯ୍ୟ ସମୟରେ ବିନିଯୋଗ ପ୍ରମାଣପତ୍ର ପ୍ରଦାନ ବିଷୟରେ କୁଳାଧିପତି ଶ୍ରୀ ପାଲ୍‌ କୁଳପତିମାନଙ୍କ ସହ ଆଲୋଚନା କରୁଛନ୍ତି।