୩ ବର୍ଷର ଶିଶୁକୁ ଦୁଷ୍କର୍ମ କରିଥିବା ଯୁବକକୁ ଫାଶୀ

0
1852
hang-to death for rapist
hang-to death for rapist

ଭୋପାଳ : ୩ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବା ଯୁବକକୁ ମଧ୍ୟପ୍ରଦେଶର ଏକ ସ୍ଥାନୀୟ କୋର୍ଟ ଫାଶୀ ଦଣ୍ଡ ଦେଇଛନ୍ତି ।  ଅଦାଲତ ତୋହିଦକୁ ଭାରତୀୟ ଦଣ୍ଡ ସଂହିତା ଧାରା ୩୭୬(କ) ଏବଂ (ଖ)ରେ ମୃତ୍ୟୁ ଦଣ୍ଡ ଶୁଣାଇଛନ୍ତି ।

ତିନି ମାସ ପୂର୍ବରୁ ଜଣେ ୩ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବା ଯୁବକକୁ ମଧ୍ୟପ୍ରଦେଶର ଏକ ସ୍ଥାନୀୟ କୋର୍ଟ ମୃତ୍ୟୁ ଦଣ୍ଡ ଦେଇଛନ୍ତି । ଛତରପୁରସ୍ଥିତ ଏକ ସ୍ଥାନୀୟ ଅଦାଳତର ବିଚାରପତି ନୋରିନ ନିଗମଙ୍କ ଅଦାଳତ ଏହି ସମ୍ବେଦନଶୀଳ ମାମଲାର ଶୁଣାଣି କରିଛନ୍ତି । ଦୁଷ୍କର୍ମକାରୀ ତୋହିଦ ମୁସଲମାନଙ୍କୁ ଦୋଷୀ ପ୍ରମାଣିତ କରି କୋର୍ଟ ଫାଶୀ ଦଣ୍ଡ ଶୁଣାଇଛନ୍ତି ।

ସେ କହିଛନ୍ତି ଯେ, ଅଭିଯୋଗ ଅନୁସାରେ ସମସ୍ତ ସାକ୍ଷ୍ୟ ଗ୍ରହଣକୁ ଭିତ୍ତି କରି ମାମଲାର ଶୁଣାଣି ହୋଇଛି । ଅଦାଲତ ତୋହିଦକୁ ଭାରତୀୟ ଦଣ୍ଡ ସଂହିତା ଧାରା ୩୭୬(କ) ଏବଂ (ଖ)ରେ ମୃତ୍ୟୁ ଦଣ୍ଡ ଶୁଣାଇଛନ୍ତି । ଅଦାଲତ ଧାରା ୪୫୦ ଅନୁଯାୟୀ ଦୋଷୀଙ୍କ ବିରୋଧରେ ୧୦ ବର୍ଷର ସଶ୍ରମ କାରାଦଣ୍ଡ ଓ ୨୦୦୦ ଟଙ୍କା ଅର୍ଥ ଦଣ୍ଡ ମଧ୍ୟ ଶୁଣାଇଛନ୍ତି ।

ବର୍ଷ ୨୦୧୮ ଏପ୍ରିଲ ୨୪ ରାତି ୧୦ଟା ୩୦ ହେବ । ତୋହିଦ ଘରେ ପ୍ରବେଶ କରି ୩ ବର୍ଷୀୟ ଶିଶୁ କନ୍ୟାକୁ ଅମାନୁଷିକ ଭାବେ ଦୁଷ୍କର୍ମ କରିଥିଲା । ସେହି ସମୟରେ ନାବାଳିକ ଘରେ ଶୋଇଥିଲା । ଶିଶୁ  କାନ୍ଦିବା ପରେ ପରିବାର ଲୋକେ ଉଠିପଡ଼ିଥିଲେ । ତା’ପରେ ସେମାନେ ତୋହିଦକୁ କାବୁ କରି ପୋଲିସ ନିକଟରେ ଜିମା ଦେଇଥିଲେ ।