ଭୁବନେଶ୍ୱର ବିମାନବନ୍ଦରରୁ ହାବିଲଦାର ଗିରଫ

0
394
havildar arrested at bbsr airport
havildar arrested at bbsr airport

ଭୁୁବନେଶ୍ୱର : ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଜଣେ ହାବିଲଦାରଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ହାବିଲଦାରଙ୍କ ଠାରୁ ୨୦ ରାଉଣ୍ଡ ଗୁଳି ଜବତ ହୋଇଛି ।

କଟକ ଜିଲ୍ଲାର କିଷନ ନଗର ଥାନା ଅନ୍ତର୍ଗତ ବରୋଦା ଗ୍ରାମର ଅଭିଯୁକ୍ତ ହାବିଲଦାର ଧନଞ୍ଜୟ ଦତ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ବିମାନ ବନ୍ଦର ଚେକିଂ ସମୟରେ ଧନଞ୍ଜୟଙ୍କ ଠାରୁ ଗୁଳି ଜବତ ହେବା ପରେ ତାକୁ ଏୟାରଫିଲ୍ଡ ଥାନା ପୋଲିସକୁ ହସ୍ତାନ୍ତର କରାଯାଇଛି । ପୋଲିସ ଧନଞ୍ଜୟକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନା ଅନୁସାରେ ଏକ ଘରୋଇ ସଂସ୍ଥାର ଚାଟାର୍ଟ ବିମାନରେ କଟକର ଆର.ଏନ. ସାହୁ ଓ ସେକ ସିଆବୁଦ୍ଦିନ ଅଲ୍ଲୀ ଭୁବନେଶ୍ୱରରୁ ଦିଲ୍ଲୀ ଯିବା ପାଇଁ ଯୋଜନା କରିଥିଲେ । ଏଥି ପାଇଁ ଭୁବନେଶ୍ୱର ବିମାନ ବନ୍ଦରର କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଥିଲା । କିନ୍ତୁ ଆର.ଏନ୍. ସାହୁଙ୍କ ବଦଳରେ ଧନଞ୍ଜୟ ଦିଲ୍ଲୀ ଯିବାକୁ ବିମାନବନ୍ଦରରେ ପହଞ୍ଚି ଥିଲେ । ବିମାନରେ ଚଢ଼ିବା ସମୟରେ ଚେକିଂ ସମୟରେ ଧନଞ୍ଜୟର ବ୍ୟାଗରୁ ୨୦ ରାଉଣ୍ଡ ଗୁଳି ମିଳିଥିଲା । ଏହା ପରେ ବିମାନ ବନ୍ଦରରେ ମୁତୟନ ଥିବା ସିଆଇଏସଏଫ ଯବାନମାନେ ଧନଞ୍ଜୟଙ୍କୁ ଅଟକ ରଖି ପଚରାଉଚରା କରିଥିଲେ । ପରେ ଜଣାପଡ଼ିଥିଲା ଯେ, ଧନଞ୍ଜୟ କମିଶନରେଟ ପୋଲିସର କଟକ ରଜର୍ଭ ବାଟାଲିଅନର ଜଣେ ହାବିଲଦାର । ପରେ ଘଟଣା ସଂପର୍କରେ କମିଶନରେଟ ପୋଲିସକୁ ସୂଚନା ଦିଆଯାଇଥିଲା ।