ବିଗିଡ଼ିଲା ବାଜପେୟୀଙ୍କ ସ୍ଵାସ୍ଥ୍ୟ : ଏମ୍ସରେ ପହଞ୍ଚିଲେ ମୋଦୀ

0
444
pm modi
pm modi
ନୂଆଦିଲ୍ଲୀ :  ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ଵାସ୍ଥ୍ୟବସ୍ଥା ବୁଧବାର ଅଧିକ ବିଗିଡିଛି। ତାଙ୍କର ସ୍ଵାସ୍ଥ୍ୟବସ୍ଥା ଜାଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏମ୍ସ ପହଞ୍ଚିଛନ୍ତି।

 ଗତ ଅନେକ ଦିନ ଧରି ଦିଲ୍ଲୀ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥା(ଏମ୍ସ)ରେ ଭର୍ତ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ଵାସ୍ଥ୍ୟବସ୍ଥା ବୁଧବାର ଅଧିକ ବିଗିଡିଛି। ତାଙ୍କର ସ୍ଵାସ୍ଥ୍ୟବସ୍ଥା ଜାଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏମ୍ସ ପହଞ୍ଚିଛନ୍ତି। ଏହା ପୂର୍ବରୁ କେନ୍ଦ୍ରୀୟ ମନ୍ତ୍ରୀ ସ୍ମୁତି ଇରାନୀ ମଧ୍ୟ ଏମ୍ସ ଯାଇ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।

ପିଏମ ମୋଦୀ ପ୍ରାୟ ୪୫ ମିନିଟ୍ ପର୍ୟ୍ୟନ୍ତ ଏମ୍ସରେ ରହିଥିଲେ। ବାଜପେୟୀଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ଥିବା ଏମ୍ସ ପ୍ରଶାସନ କହିଛନ୍ତି। ତାଙ୍କୁ ତିନି ଦିନ ହେବ ଭେଣ୍ଟିଲେଟରରେ ରଖାଯାଇଛି। ସୂଚନା ମୁତାବକ ଏମ୍ସ ନିର୍ଦ୍ଦେଶକ ଡଃ ରଣଦୀପ ଗୁଲେରିଆ ବୁଧବାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବାଜପେୟୀଙ୍କ ସ୍ଵାସ୍ଥ୍ୟବସ୍ଥା ବିଷୟରେ ସୂଚନା ଦେଇଥିଲେ।

ପୂର୍ବତନ ପ୍ରଧାନମନ୍ତ୍ରୀ ଗତ ଜୁନ ୧୧ରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ୟୁଟିଆଇ ସଂକ୍ରମଣ, ଲିଭର ସଂକ୍ରମଣ ଓ କିଡନୀ ସମ୍ବନ୍ଧିତ ରୋଗ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।