ଜଗା–କାଳିଆଙ୍କ ସ୍ୱାସ୍ଥ୍ୟ ପ୍ରସଙ୍ଗ : ଆସନ୍ତାକାଲି ଦିଲ୍ଲୀ ଯିବେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଡାକ୍ତରୀ ଦଳ

0
385
jaga kalia
jaga kalia
ଭୁବନେଶ୍ୱର : ଜଗା–କାଳିଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା  ଅନୁଧ୍ୟାନ ପାଇଁ ଆସନ୍ତାକାଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ 5 ଜଣିଆ ଡାକ୍ତରୀ ଦଳ ନୂଆଦିଲ୍ଲୀ ଗସ୍ତ କରିବାର ସୂଚନା ରହିଛି ।

କନ୍ଧମାଳର ଯୋଡା ମୁଣ୍ଡ ଶିଶୁ ଜଗା କାଳିଆଙ୍କୁ ଦିଲ୍ଲୀ ଏମସ୍‌ରୁ ଡିସଚାର୍ଜ କରିବା ନେଇ ଏ ପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରି ନାହିଁ । ତେବେ ସେମାନଙ୍କୁ ଓଡ଼ିଶା ଆଣି ଭୁବନେଶ୍ୱରସ୍ଥିତ ଏମ୍‌ସରେ ଚିକିତ୍ସା କରାଯିବା ନେଇ ଆଲୋଚନା ହେଉଛି ।  ସ୍ଥିତି ପରଖିବାକୁ ଆସନ୍ତାକାଲି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ୫ ଜଣିଆ ଡାକ୍ତରୀ ଟିମ ଦିଲ୍ଲୀ ଗସ୍ତ କରିବେ ।

ସେଠାରେ ସେ ଜଗା କାଳିଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ଏମ୍‌ସ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବେ । ପାଞ୍ଚ ଜଣିଆ ଡାକ୍ତରୀ ଦଳରେ ରହିଛନ୍ତି ଏସ୍‌ସିବି ନ୍ୟୁରୋ ସର୍ଜରୀ ବିଭାଗ ମୂଖ୍ୟ ଡ. ସଂଜୀବ ମିଶ୍ର, କଟକ ଏସ୍‌ଭିପିପିଜିଆଇପିର ସୁପରିଣ୍ଟେଡେଣ୍ଟ୍‌ ପ୍ରଫେସର ସରୋଜ ଶତପଥୀ, ଭୁବନେଶ୍ୱର ଏମ୍‌ସର ମେଡ଼ିସନ୍‌ର ଆସିଷ୍ଟାଣ୍ଟ୍‌ ପ୍ରଫେସର୍‌ ଡ. ରଶ୍ମୀରଂଜନ ମହାନ୍ତି, ଏସ୍‌ସିବି ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗର ଆସିଷ୍ଟାଣ୍ଟ୍‌ ପ୍ରଫେସର ଡ. ପୃଥ୍ୱୀରାଜ ସିଂହ ଓ ଏସ୍‌ସିବିର ସର୍ଜରୀ ବିଭାଗର ପ୍ରଫେସର ଡ. ଜଗମୋହନ ମିଶ୍ର । ସ୍ଥିତି ଅନୁଧ୍ୟାନ ପରେ ପରବର୍ତୀ ପଦକ୍ଷେପ ନିଆଯିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।