ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସୁରକ୍ଷା : ଅଗଷ୍ଟ ୧୫ରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା

0
324
cm naveen patnaik
cm naveen patnaik
ଭୁବନେଶ୍ୱର : ରାଜ୍ୟରେ ଉତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ଆଜି ଏନେଇ ବଡ ଘୋଷଣା କରିଛନ୍ତି ।  ଅଗଷ୍ଟ ୧୫ ତାରିଖରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିବେ । ପ୍ରତ୍ୟେକ ଶ୍ରେଣୀର ବର୍ଗ ଏବଂ ପରିବାର ପାଇଁ ହେଲଥ୍  କାର୍ଡ୍ ଖେଳିଛନ୍ତି ସରକାର ।

ରାଜ୍ୟ ସରକାର ଆସନ୍ତା ଅଗଷ୍ଟ ୧୫ ତାରିଖରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିବେ । ଏହି ଯୋଜନାରେ ପରିବାର ପିଛା ବାର୍ଷିକ ୫ ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁରକ୍ଷା ସହାୟତା ପ୍ରଦାନ କରାଯିବ । ରାଜ୍ୟର ପ୍ରାୟ ୭୦ ଲକ୍ଷ ପରିବାରଙ୍କୁ ଏଥିରେ ସାମିଲ୍ କରାଯିବ ବୋଲି ସୂଚନା ମିଳିଛି ।

ଆହୁରି ମଧ୍ୟ ସରକାରୀ ହସ୍ପିଟାଲରେ ସମସ୍ତ ରୋଗୀଙ୍କୁ ମାଗଣାରେ ଚିକିତ୍ସା କରାଯିବ । ପ୍ରସୂତି ନବଜାତ ଏବଂ ଅସୁସ୍ଥ ଶିଶୁକୁ ଆଣିବାକୁ ହସ୍ପିଟାଲକୁ ଆସିବା ପାଇଁ ଯାତାୟାତ ଖର୍ଚ୍ଚ ମଧ୍ୟ ପ୍ରଦାନ କରିବେ ରାଜ୍ୟ ସରକାର । ମେଡିକାଲରୁ ଘରକୁ ଆଣିବା ପାଇଁ ରୋଗୀଙ୍କୁ ୫୦୦ ଟଙ୍କାର ଯାତାୟତ ଖର୍ଚ୍ଚ ଦିଆଯିବ ।

ସୂଚନାଯୋଗ୍ୟ କି, ରାଜ୍ୟରେ ଦିନକୁ ଦିନ ସ୍ୱାସ୍ଥ୍ୟାସେବା ବିପର୍ଯ୍ୟସ୍ତ ହେବା ସହ ମାତୃ ମୃତ୍ୟୁ ମଧ୍ୟ ବଢିବାରେ ଲାଗିଥିଲା । ଏହା ସହ ଗରୀବ ଶ୍ରେଣୀର ରୋଗୀଙ୍କୁ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ରାଜ୍ୟ ସରକାରଙ୍କ ଏହି ଯୋଜନା କେତେ ମାତ୍ରାରେ କାର୍ଯ୍ୟକାରୀ ହେଉଛି ତାହା ଆଗାମୀ ଦିନର ଜଣାପଡିବ ।