୮ ଜିଲ୍ଲାରେ ହିଟ୍‌ ୱେଭ୍‌ ଜାରି କଲା ପାଣିପାଗ ବିଭାଗ

0
298
heat wave
heat wave
ଭୁବନେଶ୍ୱର : ଲଗାତାର କିଛି ଦିନ ହେବ ଅସହ୍ୟ ତାତିରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସେଥିପାଇଁ ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ  ୮ ଜିଲ୍ଲାରେ ହିଟ୍‌ ୱେଭ୍‌ ଜାରି କରିଛି ।

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟକୁ ତାର ପ୍ରଥମ ସ୍ପର୍ଶ ଦେବା ପରେ ରାଜ୍ୟବାସୀ ଟିକେ ଗରମରୁ ଟିକେ ଆଶ୍ୱସ୍ତ ପାଇଥିଲେ । କିନ୍ତୁ ଏବେ ମୌସୁମୀ ଯେମିତି ରାଜ୍ୟରୁ ଉଭାନ ହୋଇଯାଇଥିବା ଅନୁଭବ ହେଉଛି । ଲଗାତାର କିଛି ଦିନ ହେବ ଅସହ୍ୟ ତାତି ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି । ସେଥିପାଇଁ ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ହିଟ୍‌ ୱେଭ୍‌ ଜାରି କରିଛି ।

ଗରମ ପାଇଁ ରାଜ୍ୟର ୫ଟି ଉପକୂଳ ଓ ୩ଟି ଆଭ୍ୟନ୍ତରୀଣ ଜିଲ୍ଲାରେ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, କଟକ, ଖୋର୍ଦ୍ଧା, ଅନୁଗୁଳ, କଳାହାଣ୍ଡି, ଓ ବଲାଙ୍ଗୀରରେ ହିଟ୍‌ ୱେଭ୍‌ ଜାରି କରାଯାଇଛି ।