ଐତିହ୍ୟ ସୁରକ୍ଷା : ପ୍ରତୀକଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

0
281
cm felicitates pratik
cm felicitates pratik
ଭୁବନେଶ୍ୱର : ଐତିହ୍ୟ ଓ ପରମ୍ପରାକୁ ବଂଚାଇବା ପାଇଁ ପ୍ରୟାସ କରୁଛନ୍ତି କୋରାପୁଟ ଜିଲ୍ଲା ବାସିନ୍ଦା  ପ୍ରତୀକ ପଟ୍ଟନାୟକ ।  ପ୍ରତୀକଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି ।

 କୋରାପୁଟ ଜିଲ୍ଲା ବାସିନ୍ଦା  ପ୍ରତୀକ ପଟ୍ଟନାୟକ । ପଢୁଛନ୍ତି ବିଜେବି କଲେଜରେ ଯୁକ୍ତ ତିନି ବିଜ୍ଞାନ । ପ୍ରତୀକ ଐତିହ୍ୟ ଓ ପରମ୍ପରାକୁ ବଂଚାଇବା ପାଇଁ ପ୍ରୟାସ କରୁଛନ୍ତି । ପ୍ରତୀକ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଭାରତଲୀଳା, ପ୍ରହଲ୍ଲାଦ ନାଟକ ଆଦି ଲୋକକଳାର ବୃତ୍ତଚିତ୍ର କରିବାରେ ମନୋନିବେଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ପ୍ରତୀକଙ୍କ ପ୍ରୟାସକୁ ସାବାସୀ ଜଣାଇବା ସହ ଏପରି ଉଦ୍ୟମକୁ ପ୍ରେରଣାଦାୟୀ ବୋଲି ସୂଚାଇଛନ୍ତି । ପୁରାତନ କଥାକୁ ସଂଗ୍ରହ କରି ରଖିବା ସହ ଲୋପ ପାଉଥିବା କଳାକୁ ବଂଚାଇବା ପାଇଁ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଗଞ୍ଜାମର ପ୍ରହଲ୍ଲାଦ ନାଟକଙ୍କୁ ନେଇ ପ୍ରତୀକ ତଥ୍ୟାୟନ ବିଶେଷ କରି ବୃତ୍ତ ଚିତ୍ର କରିବା ସହିତ ଏହାକୁ ନେଇ ଗବେଷଣା ରତ । ଦୀପକ ପଟ୍ଟନାୟକ ଓ ପଲ୍ଲବୀ ମହାପାତ୍ରଙ୍କ ପୁତ୍ର ପ୍ରତୀକଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିବା ପରେ କୋରାପୁଟବାସୀମାନେ ଉତ୍ସାହିତ ହୋଇ ପଡ଼ିଥିବା ସୋସିଆଲ ମିଡ଼ିଆରୁ ଜଣାପଡ଼ିଛି ।