ନୂଆଦିଲ୍ଲୀ : ମହିଳାଙ୍କ ଅନ୍ତବସ୍ତ୍ରରୁ ବାହାରିଛି ୩୫ଟି ପୁଡିଆ ହେରୋଇନ୍ । ତ୍ରିଲୋକପୁରୀରେ ଦିନଦ୍ୱିପହରରେ ହେରୋଇନ୍ ବିକ୍ରି କରୁଥିବା ଜଣେ ମହିଳାଙ୍କୁ ଦିଲ୍ଲୀ ପୁଲିସ ଗୁରୁବାର ଗିରଫ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ, ଜଣେ ମହିଳା ଯା’ଅାସ କରୁଥିବା ଲୋକମାନଙ୍କୁ ହେରୋଇନ୍ ପୁଡ଼ିଆ ବିକ୍ରି କରୁ ଥିବା ପୁଲିସ ସୂଚନା ପାଇଥିଲା। ଏହାପରେ ପୁଲିସ ଟିମ୍ ଆକସ୍ମିକ ଭାବେ ମହିଳାଙ୍କ ଉପରେ ଚଢ଼ାଉ କରି ଗିରଫ କରିଥିଲା। କିନ୍ତୁ ପୁଲିସ ମହିଳାଙ୍କ ହାତରୁ ଏମିତି କିଛି ବ୍ୟାଗ କିମ୍ବା ପୁଡ଼ିଆ ପାଇଲା ନାହିଁ ଯେଉଁଥିରେ ହେରୋଇନ୍ ଥିଲା। କେବଳ ଗୋଟିଏ ପନି ପର୍ସ ମିଳିଥିଲା, ଯେଉଁଥିରେ ୧୨ଶହ ଟଙ୍କା ଥିଲା।
ଏହାପରେ ଜଣେ ମହିଳା କନେଷ୍ଟବଳ ଉକ୍ତ ମହିଳାଙ୍କ ଯାଞ୍ଚ କରିବା ଆରମ୍ଭ କରି ଦେଇଥିଲେ। ଅଭିଯୁକ୍ତ ମହିଳାଙ୍କ ଅନ୍ତବସ୍ତ୍ରରୁ ୩୪ଟି ପୁଡ଼ିଆ ହେରୋଇନ୍ ମିଳିଲା । ଯାହାକୁ ଦେଖି ପୁଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ମହିଳାଙ୍କ ୧୨ଶହ ଟଙ୍କାକୁ ବି ଜବତ କରି ଦିଆଯାଇଛି କାରଣ ଏହା ହେରୋଇନ୍ ବିକ୍ରି ଟଙ୍କା ଥିଲା।