ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ନିଷ୍ପତି ନେବେ ହାଇକୋର୍ଟ : ସୁପ୍ରିମକୋର୍ଟ

0
369
sc
sc
ନୂଆଦିଲ୍ଲୀ : ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ହାଇକୋର୍ଟ ନିଷ୍ପତି ନେବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।  ପରିଚାଳନାଗତ ତ୍ରୁଟି ନେଇ ନିମ୍ନ ଅଦାଲତ ବା ପୁରୀ ଜିଲ୍ଲା କୋର୍ଟ ଏକ କମିଟି ଗଠନ କରି ଘଟଣାର ତଦନ୍ତ କରିବେ। ଜୁଲାଇ ୫ ରେ ଏହାର ପରବର୍ତ୍ତୀ ଶୁଣାଣି ହେବା ନେଇ ସର୍ବୋଚ୍ଚ ନ୍ୟାୟାଳୟ ତାରିଖ ଧାର୍ଯ୍ୟ କରିଛନ୍ତି।

 ସୁପ୍ରିମକୋର୍ଟରେ ଆଜି ଶ୍ରୀମନ୍ଦିର ପରିଚାଳନାଗତ ତ୍ରୁଟି ନେଇ ଶୁଣାଣି ହୋଇଛି ।  ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିବା,  ଶ୍ରୀମନ୍ଦିରରେ ପରିଚାଳନାଗତ ତ୍ରୁଟି ଓ ଏ ସମ୍ପର୍କୀତ ଅନ୍ୟାନ୍ୟ କାରଣ ନେଇ ମୃଣାଳିନୀ ବାରିକ ନାମକ ଜଣେ ମହିଳା ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଆଦର୍ଶ ଗୋଏଲ ଓ ଜଷ୍ଟିସ ଅଶୋକ ଭୁଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଓଡ଼ିଶା ହାଇକୋର୍ଟରେ ଏହି ମାମଲା ବିଚାରାଧୀନ ଥିବାରୁ ହାଇକୋର୍ଟ ଏହାର ନିଷ୍ପତି ନେବେ ବୋଲି ଏହି ଦୁଇ ଜଷ୍ଟିସ କହିଛନ୍ତି। ସେହିପରି ରାଜ୍ୟ ସରକାରଙ୍କୁ ମଧ୍ୟ ଏହି ମାମଲାରେ ବିଶେଷଜ୍ଞ କମିଟି ଗଠନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ।