ଭୁବନେଶ୍ୱର : ସରକାର ପୁଣି ଥରେ ସ୍କଲ ଛୁଟିର ଅବଧିକୁ ବୃଦ୍ଧି କରିଛନ୍ତି। ଜୁନ ୨୫ ତାରିଖ ଯାଏଁ ଛୁଟି ଦିଆଯାଇଥିବା ବେଳେ ଜୁନ ୨୬ ତାରିଖରେ ସ୍କୁଲ ଖୋଲିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ରାଜ୍ୟ ସରକାର ପୁଣି ଥରେ ସ୍କଲ ଛୁଟିର ଅବଧିକୁ ବୃଦ୍ଧି କରିଛନ୍ତି। ଜୁନ୍ ୨୬ ତାରିଖରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।
ପୂର୍ବରୁ ସରକାର ଜୁନ୍ ୧୮ ଯାଏଁ ଖରାଛୁଟି ଘୋଷଣା କରିଥିଲେ। ମାତ୍ର ଖରାର ତାପମାତ୍ରା ଅଧିକ ହେବାରୁ ଜୁନ ୧୬ ତାରିଖରେ ଏହାକୁ ୩ଦିନ ବୃଦ୍ଧି କରାଯାଇ ୨୧ ତାରିଖ ପର୍ଯ୍ୟନ୍ତ କରି ଦିଆଯାଇଥିଲା। ତେବେ ଆଜି ପୁଣି ଥରେ ଖରାକୁ ଦୃଷ୍ଟିରେ ରଖି ଏହି ଛୁଟିକୁ ଆହୁରି ୪ ଦିନ ବୃଦ୍ଧି କରାଯାଇଛି। ଜୁନ ୨୫ ତାରିଖ ଯାଏଁ ଛୁଟି ଦିଆଯାଇଥିବା ବେଳେ ଜୁନ ୨୬ ତାରିଖ(ମଙ୍ଗଳବାର)ରେ ସ୍କୁଲ ଖୋଲିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଫଳରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଉଭୟଙ୍କୁ ଆଶ୍ୱସ୍ତି ମିଳିଛି ।