ଅଭିଜିତ ଆୟାରଙ୍କୁ ଗୃହ କମିଟିର ସମନ

0
409
odisha assembly
odisha assembly
ଭୁବନେଶ୍ୱର : ବିଧାନସଭା ଗୃହକମିଟିରେ ହାଜର ହେବାକୁ ଅଭିଜିତ ଆୟାର ମିତ୍ରଙ୍କୁ ସମନ ଜାରି କରାଯିବ। ବିଧାନସଭାର  ୫୫ ନମ୍ବର ପ୍ରକୋଷ୍ଠରେ ପୂର୍ବାହ୍ନ ୧୧ ଟାରେ ହାଜର ହେବାକୁ ନିର୍ଦ୍ଦେଶ ହୋଇଛି ।

ସାମ୍ବାଦିକ ଅଭିଜିତ ଆୟାର ମିତ୍ର ଓଡିଶା, ଆରଧ୍ୟା ଦେବତା ଜଗନ୍ନାଥ ମହାପ୍ରଭୁ, କୋଣାର୍କ ସୂର୍ଯ୍ୟମନ୍ଦିର ଓ ବିଧ୍ୟାୟକମାନଙ୍କ ପ୍ରତି ଦେଇଥିବା ଆପତିଜନକ ମନ୍ତବ୍ୟ ପାଇଁ ବିଧାନସଭା ଗୃହ କମିଟି ନୋଟିସ ଜାରି କରିବ । ଅକ୍ଟୋବର ୧୧ରେ ଆୟାରଙ୍କୁ ଗୃହକମିଟିରେ ହାଜର ହେବାକୁ ସମନ ଜାରି କରାଯିବା ନେଇ କମିଟିର ଅଧ୍ୟକ୍ଷ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର ସୂଚନା ଦେଇଛନ୍ତି ।

ଅଭିଜିତ ଆୟାରଙ୍କ ନାଁରେ ସ୍ୱାଧିକାର ଭଂଗ ଅଭିଯୋଗ ନେଇ ଆଜି ଗୃହ କମିଟିର ଦ୍ୱିତୀୟ ବୈଠକ ବସିଥିଲା । ଆୟାରଙ୍କ ବିରୋଧରେ ଆସିଥିବାର ଅଭିଯୋଗର ପ୍ରମାଣ ରହିଛି । ଗଣମାଧ୍ୟମର ରିପୋର୍ଟ ଓ ପୋଲିସ ଡିଜିଙ୍କ ରିପୋର୍ଟ ଅନୁଯାୟୀ ତାଙ୍କୁ ସମନ ଜାରି କରାଯିବ । ଅଭିଯୋଗରେ ସତ୍ୟତା ରହିଛି ଓ ଅଧିକ ଅନୁସନ୍ଧାନର ଆବଶ୍ୟକତା ରହିଥିବାରୁ ନୋଟିସ୍‌ ହେବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।

ଓଡିଶା ଓ କୋଣାର୍କ ସମ୍ପର୍କରେ ଆପତିଜନକ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାରଙ୍କ ଜାମିନ ଅବଧିକୁ ଅକ୍ଟୋବର ୫ ପର୍ୟ୍ହନ୍ତ ବୃଦ୍ଧି କରାଯାଇଛି । ଗତ ୨୦ ତାରିଖରେ ଅଭିଜିତଙ୍କୁ ଦିଲ୍ଲୀରୁ ଗିରଫ କରିବା ପରେ ଓଡିଶା ପୋଲିସ ତାଙ୍କୁ ସାକେତ ମେଟ୍ରୋପଲିଟାନ କୋର୍ଟରେ ହାଜର କରିଥିଲା । ତାଙ୍କୁ ୨୮ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ମିଳିଥିଲା । ମାତ୍ର ଓଡିଶା ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଥିବାରୁ ଗତକାଲି ସୁପ୍ରିମକୋର୍ଟରେ ଅନ୍ତରୀଣ ଜାମିନ ଅବଧିକୁ ବୃଦ୍ଧି କରିବାକୁ ଅଭିଜିତ ଆବେଦନ କରିଥିଲେ ।