ଲୋକଙ୍କ ଦୟାରୁ ନୁହେଁ ବରଂ ରାହୁଲ ଗାନ୍ଧୀଙ୍କ ଦୟାରୁ ମୁଁ କ୍ଷମତାକୁ ଆସିଛି : କୁମାରସ୍ୱାମୀ

0
357
kumarswamy cm of karnataka
kumarswamy cm of karnataka

ବେଙ୍ଗାଲୁରୁ : ଲୋକଙ୍କ ଦୟାରୁ ନୁହେଁ ବରଂ ରାହୁଲ ଗାନ୍ଧୀଙ୍କ ଦୟାରୁ ମୁଁ କ୍ଷମତାକୁ ଆସିଛି।  ଏଭଳି କହିଛନ୍ତି  କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ।

ବୁଧବାର କୁମାରସ୍ୱାମୀ କହିଛନ୍ତି, ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ କୃପାରୁ କ୍ଷମତାକୁ ଆସିଛନ୍ତି। ଚାଷୀଙ୍କ ସହିତ ଏକ ବୈଠକ ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକଙ୍କ ଦୟାରୁ ନୁହେଁ ବରଂ ରାହୁଲ ଗାନ୍ଧୀଙ୍କ ଦୟାରୁ ମୁଁ କ୍ଷମତାକୁ ଆସିଛି। ଚାଷୀ ସମାରୋକୁ ସମ୍ବୋଧନ କରିବା ଅବସରରେ କୁମାରସ୍ୱାମୀ ଏଭଳି ବୟାନ ଦେବା ପରେ କର୍ଣ୍ଣାଟକରେ ଆଲୋଚନା ହେଉଛି। ଚାଷୀ ପ୍ରସଙ୍ଗରେ କୁମାରସ୍ୱାମୀ କହିଛନ୍ତି, କଂଗ୍ରେସ ପାର୍ଟିକୁ ବୁଝାଇବାକୁ ଚେଷ୍ଟା କରିବି କିନ୍ତୁ ତାଙ୍କ ଅନୁମତି ବିନା କୌଣସି ନିଷ୍ପତ୍ତି ନେବି ନାହିଁ।

ନିକଟରେ କୁମାରସ୍ୱାମୀ କହିଥିଲେ, ମୋ ପ୍ରତି କଂଗ୍ରେସର ଆଶୀର୍ବାଦ ରହିଛି। ସେ କହିଥିଲେ ତାଙ୍କ ଦଳ ଜେଡିଏସ୍‌ ବିଧାନସଭା ନିର୍ବାଚନରେ ପୂର୍ଣ୍ଣ ଜନାଦେଶ ମାଗିଥିଲା କିନ୍ତୁ ପୂର୍ଣ୍ଣ ଜନାଦେଶ ତାଙ୍କ ପାର୍ଟିକୁ ମିଳି ନଥିଲା। କୁମାରସ୍ୱାମୀ କହିଥିଲେ, ମୋର ଦଳ ଏକାକୀ ସରକାର ଗଠନ କରି ନାହିଁ। ମୁଁ ଲୋକଙ୍କୁ ଅପିଲ କରିଥିଲି ଯେ, ମୋ ବ୍ୟତୀତ ଅନ୍ୟ କାହାରିକୁ ଜନାଦେଶ ନଦିଅନ୍ତୁ। କିନ୍ତୁ ଆଜି ମୁଁ  କଂଗ୍ରେସ ଦୟାରୁ କ୍ଷମତାକୁ ଆସିଛି। ମୁଁ ରାଜ୍ୟର ସାଢ଼େ ୬ କୋଟି ଲୋକଙ୍କ ଚାପରେ ନୁହେଁ।

ଅନ୍ୟପଟରେ କର୍ଣ୍ଣାଟକରେ ସରକାର ଗଠନ ପରେ ମଧ୍ୟ ସରକାରରେ ମନ୍ତ୍ରୀ ପଦ ବଣ୍ଟାକୁ ନେଇ ଏପର୍ୟ୍ୟନ୍ତ କୌଣସି ନିଷ୍ପତ୍ତି ହୋଇ ନାହିଁ। ନୂଆଁ ମୁଖ୍ୟମନ୍ତ୍ରୀ ଗତ ମେ’ ମାସ ୨୮ ତାରିଖରେ ନୂଆଦିଲ୍ଲୀରେ ଏହି ପ୍ରସଙ୍ଗ ନେଇ କଂଗ୍ରେସ ନେତାଙ୍କୁ ଭେଟିଥିଲେ।

ସୂଚନାଯୋଗ୍ୟ, ନିକଟରେ ଶେଷ ହୋଇଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ୧୦୪ଟି ଆସନ, କଂଗ୍ରେସକୁ ୭୮ଟି ଆସନ ଓ କୁମାରସ୍ୱାମୀଙ୍କ ପାର୍ଟି ‘ଜନତା ଦଳ ସେକ୍ୟୁଲାର’କୁ ୩୬ଟି ଆସନ ମିଳିଛି।