୨୦୧୯ରେ ମୋଦି ସରକାର : ସର୍ଭେ

0
401
bjp
bjp
ନୂଆଦିଲ୍ଲୀ  :  ମୋଦି ସରକାର ପୁଣି ୨୦୧୯ ପୁଣି କ୍ଷମତାକୁ ଆସୁଥିବା ଜଣାଯାଇଛି । କିନ୍ତୁ ଏଥର ୨୦୧୪ ଭଳି ବିଜୟ ଏତେ ସହଜ ସାଧ୍ୟ ହେଉନଥିବା  ସର୍ଭେରେ  କୁହାଯାଇଛି ।
ସାଧାରଣ ନିର୍ବାଚନକୁ ଆଉ  ବର୍ଷେ ଥିବା ବେଳେ ୨୦୧୯ ନିର୍ବାଚନ ପାଇଁ କମର କଶିଲେଣି ସବୁ ରାଜନୈତିକ ଦଳ । ମୋଦି ସରକାରକୁ କ୍ଷମତାଚ୍ୟୁତ କରିବା ପାଇଁ କଂଗ୍ରେସ ନେତୃତ୍ୱରେ ସାରା ଦେଶର ବିରୋଧୀମାନେ ମେଳି ହେଉଛନ୍ତି । କେନ୍ଦ୍ର ସରକାରକୁ ୪ବର୍ଷ ପୂର୍ତ୍ତିକୁ ନେଇ ଏକ ସର୍ଭେକ୍ଷଣରେ ଦେଶର ମୁଡ଼୍ ଜାଣିବା ପାଇଁ ପ୍ରୟାସ କରାଯାଇଥିଲା । ଏହି ସର୍ଭେରେ ମୋଦି ସରକାର ପୁଣି ୨୦୧୯ ପୁଣି କ୍ଷମତାକୁ ଆସୁଥିବା ଜଣାଯାଇଛି । କିନ୍ତୁ ଏଥର ୨୦୧୪ ଭଳି ବିଜୟ ଏତେ ସହଜ ସାଧ୍ୟ ହେଉନଥିବା କୁହାଯାଇଛି । ଏବିପି ନ୍ୟୁଜ୍- ଲୋକନୀତି-ସିଏସଡ଼ିଏସର ମିଳିତ ସର୍ଭେ ଅନୁଯାୟୀ ମୋଦି ଆଜି ବି ଲୋକପ୍ରିୟ ନେତା । କିନ୍ତୁ ଏକଥା ସତ୍ୟ ଯେ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ପୂର୍ବ ତୁଳନାରେ କିଛିଟା ବଢିଛି । ଏପ୍ରିଲ ୨୮, ୨୦୧୮ରୁ ମେ ୧୭, ୨୦୧୮ ଯାଏଁ ୧୯ଟି ରାଜ୍ୟର ୧୫୮୫୯ ଲୋକଙ୍କ ସହ କଥାବାର୍ତା ଆଧାରରେ ଏହି ସର୍ଭେ କରାଯାଇଥିବା ଜଣାଯାଇଛି । ୫୪୩ଟି ଲୋକସଭା ଆସନରେ ଯଦି ଏବେ ନିର୍ବାଚନ ହୁଏ ତେବେ ଏଡ଼ଡ଼ିଏନକୁ ୨୭୪ ଏବଂ ୟୁପିଏକୁ ୧୬୪ ଓ ଅନ୍ୟାନ୍ୟ ଦଳକୁ ୧୦୫ ଆସନ ମିଳିପାରେ । ୨୦୧୪ ତୁଳନାରେ ଏନଡ଼ିଏକୁ ୪୯ଟି ଆସନ କମ୍ ମିଳିବା ନେଇ ଏହି ସର୍ଭେରେ ପ୍ରକାଶ ପାଇଛି ।