୨୦୧୯ରେ ଆଂଚଳିକ ଦଳ ହେବ କିଙ୍ଗ ମେକର : ଚନ୍ଦ୍ରବାବୁ

0
449
cm chandrababu naidu
cm chandrababu naidu

ବିଜୟଓ୍ଵାଡା : ଚନ୍ଦ୍ରବାବୁ ନାଇଡୁଙ୍କ ଟାର୍ଗେଟରେ ବିଜେପି। ବିଜେପିକୁ ହରାଇବା ପାଇଁ ସମସ୍ତ ଆଂଚଳିକ ଦଳ ଏକାଠି ଲଢ଼ିବେ  ।  ୨୦୧୯ରେ ଆଂଚଳିକ ଦଳ କିଙ୍ଗ ମେକର ହେବ ବୋଲି ମତ ବ୍ୟକ୍ତ କରିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ।

ବେସ କିଛି ସମୟ ଧରି ବିଜେପିର ହାତଧରି ଚାଲିଥିବା ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି(ଟିଡିପି) ଖୋଲା ଖୋଲି ଭାବେ ବିଜେପିକୁ ଟାର୍ଗେଟ କରିଛି । ଏଥର ନିଜେ ପାର୍ଟି ମୁଖ୍ୟ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ୨୦୧୯ରେ ଆଂଚଳିକ ଦଳ କିଙ୍ଗ ମେକର ହେବ ବୋଲି ମତ ବ୍ୟକ୍ତ କରିଛନ୍ତି । ଆହୁରି ମଧ୍ୟ ସେ ବିଜେପିକୁ ହରାଇବା ପାଇଁ ସମସ୍ତ ଆଂଚଳିକ ଦଳ ଏକାଠି ଲଢ଼ିବ ବୋଲି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ  ମୋଦୀଙ୍କୁ ପ୍ରତିଶ୍ରୁତି ପ୍ରଚାର କରୁଥିବା ଏବଂ ଏହାକୁ ପୁରା କରୁନଥିବା ନେତାର ଆଖ୍ୟା ଦେଇ ନାଇଡୁ କହିଛନ୍ତି ଯେ ୨୦୧୯ରେ ବିଜେପି ନିଶ୍ଚିତ ରୂପେ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରି ପାରିବ ନାହିଁ।

ତେଲୁଗୁ ଦେଶମ ପାର୍ଟିର ବାର୍ଷିକ ସମ୍ମିଳନୀକୁ ଉଦଘାଟନ କରି  ନାଇଡୁ କହିଛନ୍ତି ଯେ ଆମର ପାର୍ଟି ଟିଡିପି ଅତୀତରେ  ସରକାର ଗଠନରେ ମହତ୍ଵପୂର୍ଣ୍ଣ ଭୂମିକା ନିଭାଇଥିଲା।  ପାର୍ଟି ପାଖରେ ଦେଶର ପରିଦୃଶ୍ୟକୁ ବଦଳାଇବାର ଶକ୍ତି ମଧ୍ୟ ଥିଲା।  ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ  ୨୦୧୯ରେ ବିଜେପରି ବିଜୟ ରଥକୁ ରୋକିବା ପାଇଁ ଦେଶର ସମସ୍ତ ରାଜନୈତିକ ଦଳ ଏକ  ହୁଅନ୍ତୁ ବୋଲି କହିଛନ୍ତି।

ତେବେ କିଛି ଦିନ ପୂର୍ବରୁ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଗାମୀ ଲୋକ ସଭା ନିର୍ବାଚନରେ କଂଗ୍ରେସ ଆଉ ଏକ ହାର ପାଇଁ ପ୍ରସ୍ତୁତ ଥାଉ ବୋଲି କହିଥିବା ବେଳେ ଚନ୍ଦ୍ରବାବୁ ୨୦୧୯ରେ ବିଜେପିର ପରାଜୟ ସୁନିଶ୍ଚିତ ବୋଲି ଯୁକ୍ତି ବାଢିଛନ୍ତି । ତେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ସପଥ ଗ୍ରହଣ ସମାରୋହରେ ସମସ୍ତ ଆଂଚଳିକ ଦଳ ଏକାଠି ହୋଇଥିବା ବେଳେ ଚନ୍ଦ୍ରବବେୁଙ୍କୁ ମଧ୍ୟ ମଂଚ ଉପରେ ଦେଖିବାକୁ ମିଳିଥିଲା । ତେବେ ନାଇଡୁଙ୍କ ଏପରି ବୟାନ ଆଗାମୀ ନିର୍ବାଚନରେ ବିଜେପି ବିରୋଧୀ ମେଂଟକୁ ସ୍ପଷ୍ଟ କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।