ସେନାର ଏନକାଉଣ୍ଟରରେ ୫ ଆତଙ୍କବାଦୀ ମୃତ

0
385
army encounter 5 militants dead
army encounter 5 militants dead
ଶ୍ରୀନଗର  : ସେନାର ଏନକାଉଣ୍ଟରରେ   ୫ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ଜାମ୍ମୁ କାଶ୍ମୀର କିଲୋରା ଗାଁରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିଚାଳନାରେ  ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା ।

ଜାମ୍ମୁ କାଶ୍ମୀରରେ ଆଜି ସକାଳୁ ସୋପିୟାଁର କିଲୋରା ଗାଁ ନିକଟରେ ଆତଙ୍କବାଦୀ ଓ ଯବାନ ମୁହାଁମୁହିଁ ହୋଇଥିଲେ । ଉଭୟଙ୍କ ମଧ୍ୟରେ ଗୁଳିଚାଳନା ଫଳରେ ୫ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । କିଲୋରା ଗାଁରେ ଆତଙ୍କବାଦୀମାନେ ଛପି ରହିଥିବା ଖବର ପାଇ ତଲାସୀ ନେବାକୁ ପହଂଚିଥିବା ଯବାନଙ୍କ ଉପରେ ଆତଙ୍କବାଦୀମାନେ ଅତର୍କିତ ଗୁଳିଚାଳନା କରିଦେଇଥିଲେ ।

ଗତକାଲି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଲସ୍କର ଏ ତୋୟବାର ଆତଙ୍କବାଦୀ ଉମର ମଲିକର ନିଧନ ହୋଇଥିଲା । ତା ନିକଟରୁ ଯବାନମାନେ ଏକେ-୪୭ ଅସ୍ତ୍ର ଜବତ କରିଥିଲେ । ଶୁକ୍ରବାର ରାତିରେ ଜଣେ ଯବାନ ଏଥିରେ ଶହୀଦ ହୋଇଥିବାବେଳେ ଅଲଗା ଅଲଗା ଏନକାଉଣ୍ଟରରେ ୩ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା । ଆଉ ଦୁଇଜଣ ଆତଙ୍କବାଦୀ ଛପି ଯାଇଥିବା ଖବର ମିଳିବା ପରେ ଶନିବାର ସକାଳୁ ସେନା ଅପରେସନ ଆରମ୍ଭ କରିଥିଲା ।