ଭୁବନେଶ୍ୱର : ୧ ହଜାର ବର୍ଷ ପୂର୍ବେ ବାଣିଜ୍ୟ କାରବାର ପାଇଁ ଇଣ୍ଡୋନେସିଆର ବଣିଜମାନେ ଓଡ଼ିଶା ଆସୁଥିଲେ । କଟକର ଐତିହାସିକ ବାଲିଯାତ୍ରାର ନାଁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ଭାରତ ଓ ପ୍ରଶାନ୍ତ ମହାସାଗର ସହଭାଗୀତା ଦ୍ୱାରା ଉଭୟ ଦେଶର ବିକାଶ ହୋଇପାରିବ
ବିଦେଶରେ ଓଡିଶା କଟକର ଐତିହାସିକ ବାଲିଯାତ୍ରାର ନାଁ ନେଲେ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି। ଇଣ୍ଡୋନେସିଆ ଗସ୍ତରେ ଥିବା ମୋଦି ଆଜି ଜାକର୍ତ୍ତାରେ ସେଠାକାର ରାଷ୍ଟ୍ରପତିଙ୍କ ସହ ଅନୁଷ୍ଠିତ ଦ୍ୱିପାକ୍ଷିକ ବୈଠକରେ ଉଦବୋଧନ ଦେବା ସମୟରେ ‘ବାଲିଯାତ୍ରା ଉତ୍ସବ’ ନାଁ ନେଇଥିଲେ।
ଇଣ୍ଡୋନେସିଆ ସହ ଓଡ଼ିଶାର ସମ୍ପର୍କ ରହିଥିବା ସେ କହିବା ସହ ୧ ହଜାର ବର୍ଷ ପୂର୍ବେ ବାଣିଜ୍ୟ କାରବାର ପାଇଁ ଇଣ୍ଡୋନେସିଆର ବଣିଜମାନେ ଓଡ଼ିଶା ଆସୁଥିଲେ ବୋଲି ସେ କହିଥିଲେ। ଏହାର ଉଦାହରଣ ସ୍ୱରୂପ ସେ ଓଡିଶାର ବୋଇତ ପର୍ବ ଓ ବାଲିଯାତ୍ରା ଉତ୍ସବର ନାଁ ନେଇଥିଲେ। ଭାରତ ଓ ପ୍ରଶାନ୍ତ ମହାସାଗର ସହଭାଗୀତା ଦ୍ୱାରା ଉଭୟ ଦେଶର ବିକାଶ ହୋଇପାରିବ ବୋଲି ମଧ୍ୟ କହିଥିଲେ ମୋଦି।
ଏଦତବ୍ୟତିତ ଜାକର୍ତ୍ତାରେ ଭାରତୀୟ ସମୁଦାୟକୁ ପ୍ରଧାନମନ୍ତ୍ରୀ ଏହି କଥା ଦୋହୋରେଇବା ସହ କହିଥିଲେ ଯେ ଇଣ୍ଡୋନେସିଆରେ ଥିଲେ ବି ଆପଣଙ୍କ ହୃହୟରେ ଭାରତ ରହିଛି । ଇଣ୍ଡୋନେସିଆ ଭାରତର ଘନିଷ୍ଠ ପଡ଼ୋଶୀ ବୋଲି ମୋଦି ମତବ୍ୟକ୍ତ କରିଥିଲେ।