ଡାକ୍ତରଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି

0
394
cm navven patnaik
cm navven patnaik
ଭୁବନେଶ୍ୱର : ଏମସିଆଇ ସ୍ୱିକୃତୀପ୍ରାପ୍ତ ମେଡିକାଲ କଲେଜରେ କାର୍ଯ୍ୟ କରୁଥିବା ସୁପର ସ୍ପେଶାଲିଷ୍ଟ ଡାକ୍ତରମାନଙ୍କର ପ୍ରୋତ୍ସାହନ ରାଶି ମାସିକ ୩୦ ହଜାର ଟଙ୍କା ବୃଦ୍ଧି କରିଛନ୍ତି । ସମ୍ପୃକ୍ତ ଡାକ୍ତର ମାନଙ୍କୁ ମିଳୁଥିବା ସୁବିଧା ବ୍ୟତୀତ ଅତିରିକ୍ତ ଭାବେ ଏହି ପ୍ରୋତ୍ସାହନ ରାଶି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି

 ଓଡିଶା ମେଡିକାଲ ହେଲଥ୍ ସର୍ଭିସେସ୍ କ୍ୟାଡରର ଡାକ୍ତର ମାନଙ୍କର ପ୍ରୋତ୍ସାହନ ରାଶି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ବୃଦ୍ଧି କରିଛନ୍ତି ।  ସୁପର ସ୍ପେଶାଲିଷ୍ଟ ଡାକ୍ତର ବ୍ୟତୀତ ପିଜି ଡାକ୍ତରମାନଙ୍କର ପ୍ରୋତ୍ସାହନ ରାଶି ମାସିକ ୨୦ ହଜାର ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ପିଜି ଡିପ୍ଲୋମା ଡାକ୍ତରମାନଙ୍କର ପ୍ରୋତ୍ସାହନ ରାଶି ମାସିକ ୧୦ ହଜାର ଟଙ୍କା ବୃଦ୍ଧି କରାଯାଇଛି । ସମ୍ପୃକ୍ତ ଡାକ୍ତର ମାନଙ୍କୁ ମିଳୁଥିବା ସୁବିଧା ବ୍ୟତୀତ ଅତିରିକ୍ତ ଭାବେ ଏହି ପ୍ରୋତ୍ସାହନ ରାଶି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି