ହକି: ଆର୍ଜେଣ୍ଟିନାକୁ ୨-୧ରେ ମାତ୍ ଦେଲା ଭାରତ

0
452
chapmpionship trophy
chapmpionship trophy

ବ୍ରେଡା :  ଚମ୍ପିଆନ୍ସ ଟ୍ରଫି-୨୦୧୮ରେ ଭାରତ ଅଲିମ୍ପିକ ଚମ୍ପିଆନ ଆର୍ଜେଣ୍ଟିନାକୁ ୨-୧ ରେ ମାତ୍ ଦେଇଛି। ଭାରତୀୟ ଦଳ ପୂର୍ବତନ ଅଧିନାୟକ ସର୍ଦ୍ଦାର ସିଂହଙ୍କୁ ତାଙ୍କର ୩୦୦ତମ ମ୍ୟାଚରେ ବିଜୟ ଉପହାର ଭେଟି ଦେଇଛନ୍ତି।

ନେଦରଲାଣ୍ଡରେ ଖେଳାଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ରବିବାର ଖେଳାଯାଇଥିବା ମ୍ୟାଚରେ ଭାରତ ଅଲିମ୍ପିକ ଚମ୍ପିଆନ ଆର୍ଜେଣ୍ଟିନାକୁ ୨-୧ ରେ ମାତ୍ ଦେଇଛି। ବିଜୟୀ ଭାରତୀୟ ଦଳ ପକ୍ଷରୁ  ହରମନପ୍ରୀତ ସିଂହ ଓ ମନ୍ଦୀପ ସିଂହ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିବା ବେଳେ ଆର୍ଜେଣ୍ଟିନା ପକ୍ଷରୁ  ଗୋଞ୍ଚାଲି ପିଲାଟ ଏକ ମାତ୍ର ଗୋଲ ଦେଇଥିଲେ। ଏହା ସହିତ ଭାରତୀୟ ଦଳ ପୂର୍ବତନ ଅଧିନାୟକ ସର୍ଦ୍ଦାର ସିଂହଙ୍କୁ ତାଙ୍କର ୩୦୦ତମ ମ୍ୟାଚରେ ବିଜୟ ଉପହାର ଭେଟି ଦେଇଛନ୍ତି। ଏହା ପୂର୍ବରୁ ପ୍ରଥମ ମ୍ୟାଚରେ ଭାରତୀୟ ଦଳ ପାରମ୍ପରିକ ପ୍ରତିଦ୍ଵନ୍ଦୀ ପାକିସ୍ତାନକୁ ୪-୦ରେ ପରାସ୍ତ କରି ବିଜୟରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିଥିଲା।

ମୁକାବିଲାର ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିଲା। ଏହି ସମୟରେ ଅଧିନାୟକ ତଥା ଗୋଲକିପର ଶ୍ରୀଜେଶ ନିଜର ବୁଦ୍ଧିମତା ବଳରେ ଗୋଟିଏ ଗୋଲ ବଞ୍ଚାଇ ଦେଇଥିଲେ। ଭାରତୀୟ ଦଳ ଦ୍ଵିତୀୟାର୍ଦ୍ଧରେ ଖାତା ଖୋଲିଥିଲା। ୧୭ ତମ ମିନିଟରେ ଭାରତକୁ ପେନାଲ୍ଟି ମିଳିଥିଲା ଯାହାକୁ ହରମନପ୍ରୀତ ସିଂହ ଗୋଲ କରିବାରେ ସଫଳ ହୋଇଥିଲେ।  ଏହି ପରି ଭାରତ ଅଲିମ୍ପିକ ଚମ୍ପିଆନ ଦଳ ବିପକ୍ଷରେ ୧-୦ରେ ଅଗ୍ରଣୀ ହାସଲ କରିଥିଲା।

ହାପ୍ ଟାମର କିଛି ସମୟ ପୂର୍ବରୁ ୧୭ ବର୍ଷୀୟ ଦିଲପ୍ରୀତ ପୋଷ୍ଟ ପାଖରେ ମନ୍ଦୀପଙ୍କୁ ଏକ ସୁନ୍ଦର ପାସ ଦେଇଥିଲେ ଯାହାକୁ ଗୋଲ କରିବାରେ ମନ୍ଦୀପ କୌଣସି ତ୍ରୁଟି କରିନଥିଲେ। ଏହି ଗୋଲ ଖେଳର ୨୮ ତମ ମିନିଟରେ ହୋଇଥିଲା। ଏହି ପରି ଭାରତ ମ୍ୟାଚତେ ୨-୦ରେ ଅଗ୍ରଣୀ ରହିଥିଲା। ଏଥି ସହିତ ମନ୍ଦୀପ ସିଂହ ଟୁର୍ଣ୍ଣାମେଣ୍ଟରେ ଦ୍ଵିତୀୟ ଗୋଲ୍ ଦେଇଥିଲେ। ମାତ୍ର ଏହାର ଆଠ୍ ମିନିଟ୍ ପରେ ୨୯ ତମ ମିନିଟରେ ଆର୍ଜେଣ୍ଟିନା ପକ୍ଷରୁ ଗୋଞ୍ଜାଲୋ ପ୍ରଥମ ଗୋଲ୍ ଦେଇଥିଲେ। ଏହା ପରେ ତୃତୀୟ ଓ ଚତୁର୍ଥ କ୍ଵାର୍ଟରରେ ଆର୍ଜେଣ୍ଟିନା ଗୋଲ୍ ଦେବାକୁ ବହୁତ ଚେଷ୍ଟା କରିଥିଲା, ମାତ୍ର ଭାରତୀୟ ଡିଫେଣ୍ଡକୁ ଭେଦି ପାରିନଥିଲା।