ଚାମ୍ପିୟନସ୍ ଟ୍ରଫି ହକି: ପାକିସ୍ତାନକୁ ୪-୦ରେ ହରାଇଲା ଭାରତ

0
360
championships trophy
championships trophy
ନୂଆଦିଲ୍ଲୀ : ଚାମ୍ପିୟନସ୍ ଟ୍ରଫି ହକିରେ ପାକିସ୍ତାନକୁ ୪-୦ ଗୋଲରେ ମାତ୍ ଦେଇଛି ଟିମ୍ ଇଣ୍ଡିଆ । ପ୍ରଥମାର୍ଧରେ କେବଳ ଗୋଟିଏ ଗୋଲ୍ କରିଥିଲେ ଭାରତୀୟ ଖେଳାଳି । ପରେ ଶେଷ ୧୦ ମିନିଟରେ ଭାରତ ପାକକୁ ୩ଟି ଗୋଲ୍ ଦେଇଥିଲା ।ଗତବର୍ଷର ଉପବିଜେତା ଭାରତ ଚଳିତ ପୁରୁଷ ଚାମ୍ପିୟନସ୍ ଟ୍ରଫି ହକିରେ ନିଜର ଅଭିଯାନ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ହରାଇ ଆରମ୍ଭ କରିଛି । ଆଜି ଖେଳା ଯାଇଥିବା ମ୍ୟାଚରେ ପାକକୁ୪-୦ ଗୋଲରେ ମାତ୍ ଦେଇଛି ଟିମ୍ ଇଣ୍ଡିଆ । ଦଳ ମ୍ୟାଚ ଆରମ୍ଭରୁ ପାକ୍ ଖେଳାଳିଙ୍କ ଉପରେ କାୟା ବିସ୍ତାର କରିଥିଲା । କିନ୍ତୁ ପ୍ରଥମାର୍ଧରେ କେବଳ ଗୋଟିଏ ଗୋଲ୍ କରିଥିଲେ ଭାରତୀୟ ଖେଳାଳି । ପରେ ଶେଷ ୧୦ ମିନିଟରେ ଭାରତ ପାକକୁ ୩ଟି ଗୋଲ୍ ଦେଇଥିଲା ।

ଭାରତ ତରଫରୁ ମନଦୀପ ସିଂ ପ୍ରଥମ ଗୋଲ୍ ଦେଇଥିଲେ । ଦ୍ୱିତୀୟାର୍ଦ୍ଧ ଶେଷ ହେବା ପରେ ଆଉ ଏକ ଗୋଲ୍ ହୋଇଥିଲା । ଏହି ଗୋଲ୍ ଦେଶକୁ ଦିଲପ୍ରୀତ୍ ସିଂ ପ୍ରଦାନ କରିଥିଲେ । ଖେଳ ଶେଷ ହେବାକୁ ୩ ମିନିଟରୁ କମ୍ ସମୟ ବାକି ଥିବା ବେଳେ ମନଦୀପ ସିଂ ତୃତୀୟ ଗୋଲ୍ ଦେଇଥିଲେ ଏବଂ ଶେଷ ଗୋଲ୍ ଲଲିତଙ୍କ ରାକେଟରୁ ଆସିଥିଲା ।