ପ୍ରଥମ ଟେଷ୍ଟରେ ଇଂଲଣ୍ଡଠୁ ହାରିଲା ଭାରତ

0
421
india lost first test in england
india lost first test in england
ବର୍ମିଂହାମ :  ବିରାଟ କୋହଲିଙ୍କ ସଂଘର୍ଷପୂର୍ଣ୍ଣ ଅର୍ଦ୍ଧଶତକ ସତ୍ଵେ ଦଳର ବାକି ବ୍ୟାଟସମ୍ୟାନଙ୍କ ନିମ୍ନମାନର ବ୍ୟାଟିଂ ପ୍ରଦର୍ଶନ କାରଣରୁ ଭାରତ ପ୍ରଥମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡଠୁ ୩୧ ରନରେ ପରାସ୍ତ ହୋଇଛି। ଏଥି ସହିତ ଇଂଲଣ୍ଡ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ରହିଛି।

 ବିଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ଭାରତୀୟ ଦଳ ଯେଉଁ ଭଳି ଦୟନୀୟ ପ୍ରଦର୍ଶନ କରିଥିଲା ଠିକ୍ ସେଭଳି ପ୍ରଦର୍ଶନ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ କରିଛି। ବିରାଟ କୋହଲିଙ୍କ ସଂଘର୍ଷପୂର୍ଣ୍ଣ ଅର୍ଦ୍ଧଶତକ ସତ୍ଵେ ଦଳର ବାକି ବ୍ୟାଟସମ୍ୟାନଙ୍କ ନିମ୍ନମାନର ବ୍ୟାଟିଂ ପ୍ରଦର୍ଶନ କାରଣରୁ ଭାରତ ପ୍ରଥମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡଠୁ ୩୧ ରନରେ ପରାସ୍ତ ହୋଇଛି।

୧୯୪ ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଭାରତ ୧୬୨ ରନରେ ଅଲଆଉଟ୍ ହୋଇଛି। ଏଥି ସହିତ ଇଂଲଣ୍ଡ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ରହିଛି। ଅଧିନାୟକ ବିରାଟ କୋହଲିଙ୍କୁ ବାଦ୍ ଦେଲେ ବାକି ବ୍ୟାଟସମ୍ୟାନ ଅତ୍ୟନ୍ତ ନୈରାଶଜନକ ପ୍ରଦର୍ଶନ କରିଛନ୍ତି। କୌଣସି ବ୍ୟାଟସମ୍ୟାନ ଇଂଲଣ୍ଡ ବୋଲିଂ ଆକ୍ରମଣର ସାମ୍ନା କରି ପାରି ନାହାନ୍ତି। ବୋଲର ନିଜର କାମ କରିଥିଲେ ମଧ୍ୟ ବ୍ୟାଟସମ୍ୟାନ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ସ ୪ଟି ସଫଳତା ପାଇଛନ୍ତି। ଏଥି ସହିତ ପ୍ରଥମ ଟେଷ୍ଟ ମ୍ୟାଚ୍ ୪ ଦିନରେ ସମାପ୍ତ ହୋଇଛି।

ଗତକାଲିର ଅସମାପ୍ତ ୧୧୦/୫ରୁ ଭାରତ ଆଜି ଖେଳ ଆରମ୍ଭ କରିଥିଲା। କ୍ରିଜରେ ଥିଲେ ଅଧିନାୟକ ବିରାଟ କୋହଲି ଓ ଦିନେଶ କାର୍ତ୍ତିକ। ଗତକାଲି ୭୮ ରନରେ ଭାରତ ୫ ଓ୍ଵିକେଟ୍ ହରାଇ ଦୟନୀୟ ସ୍ଥିତିରେ ଥିବା ବେଳେ ଏହି ଦୁଇ ବ୍ୟାଟସମ୍ୟାନ ୩୪ ରନ ଯୋଡି ଦଳର ସ୍ଥିତିକୁ ସୁଧାରିବାକୁ ଚେଷ୍ଟା କରିଥିଲେ।  ମାତ୍ର ଚତୁର୍ଥ ଦିନର ପ୍ରଥମ ଓଭରରେ କାର୍ତ୍ତିକ(୨୦) ଜେମ୍ସ ଆଣ୍ଡସରନଙ୍କ ଶିକାର ହୋଇ ପାଭିଲିୟନ ଫେରିଥିଲେ।

୧୧୨ ରନରେ ଷଷ୍ଠ ଓ୍ଵିକେଟ୍ ହରାଇବା ପରେ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟା କିଛି ସମୟ ସଂଘର୍ଷ କରିଥିଲେ। ମାତ୍ର ୧୪୧ ସ୍କୋରରେ କୋହଲି ଆଉଟ୍ ହେବା ପରେ ଭାରତକୁ ଜୋରଦାର ଝଟକା ଲାଗିଥିଲା। ଏହି ପାଳିରେ କୋହଲି ୫୧ ରନର ପାଳି ଖେଳି ବେନ ଷ୍ଟୋକ୍ସଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। ସେହି ସମାନ ୧୪୧ ସ୍କୋରରେ ମହମ୍ମଦ ସାମି ଅଷ୍ଟମ ବ୍ୟାଟସମ୍ୟାନ ଭାବେ ପାଭିଲିୟନ ଫେରିଥିଲେ।

ଏହି ପରି ୧୫୪ ରନ ସ୍କୋରରେ ଇଶାନ୍ତ ଶର୍ମା(୧୧) ଆଦିଲ ରସିଦଙ୍କୁ ଆଉଟ୍ କରି  ଇଂଲଣ୍ଡକୁ ନବମ ସଫଳତା ଦେଇଥିଲେ। ୧୬୨ ସ୍କୋରରେ ହାର୍ଦ୍ଦିକ ପାଣ୍ଡ୍ୟା ଶେଷ ବ୍ୟାଟସମ୍ୟାନ ଭାବେ ଆଉଟ୍ ହୋଇଛନ୍ତି। ସେ ୩୧ ରନ କରି ଷ୍ଟକ୍ସଙ୍କ ଚତୁର୍ଥ ଶିକାର ହୋଇଛନ୍ତି। ଏଥି ସହିତ ଭାରତୀୟ ପାଳି ୧୬୨ ରନରେ ଭୁଶୁଡିଛି। ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ସ ୪ଟି ସଫଳତା ପାଇଥିବା ବେଳେ ଜେମ୍ସ ଆଣ୍ଡସନ ଓ ଷ୍ଟୁଆର୍ଟ ବ୍ରଡ ଦୁଇଟି ଲେଖାଏଁ ସଫଳତା ପାଇଛନ୍ତି। ସାମ କୁରନ ଓ ଆଦିଲ ରସିଦ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

ଉଲ୍ଲେଖଯୋଗ୍ୟ ଇଂଲଣ୍ଡର ୨୮୭ ରନ ପ୍ରଥମ ପାଳି ଜବାବରେ  ଭାରତ ଅଧିନାୟକ କୋହଲିଙ୍କ ୧୪୯ ରନ ବଳରେ ୨୭୪ ରନ କରିବାକୁ ସକ୍ଷମ ହୋଇଥିଲା। ୧୩ ରନର ଅଗ୍ରଣୀ ହାସଲ କରିଥିବା ଇଂଲଣ୍ଡ ଦ୍ଵିତୀୟ ପାଳିରେ ଭାରତୀୟ ବୋଲିଂ ଆକ୍ରମଣ ଉଚିତ୍ ମୁକାବିଲା କରି ନପାରି ୧୮୦ ରନରେ ଅଲଆଉଟ୍ ହୋଇଥିଲା। ଯାହାକୁ ପିଛା କରି ଭାରତ ୧୬୫ ରନରେ ଅଲଆଉଟ୍ ହୋଇ ୩୦ ରନରେ ପରାଜିତ ହୋଇଛି।