ଭାରତ ମହାସାଗରରେ ନାଭାଲ୍ ବେସ୍ ନିର୍ମାଣ କରିବ ଭାରତ

0
436
naval base
naval base
ନୂଆଦିଲ୍ଲୀ : ଭାରତ ମହାସାଗରରେ ନାଭାଲ୍ ବେସ୍ ନିର୍ମାଣ କରିବ ଭାରତ ।  ସେଶଲ୍ସର ରାଷ୍ଟ୍ରପତି ଡେନି ଫାରୋଙ୍କ ଭାରତ ଗସ୍ତ ସମୟରେ ଏନେଇ ଆଲୋଚନା ହୋଇଛି ।

ଭାରତ ଏବଂ ସେଶଲ୍ସ  ମଧ୍ୟରେ ନୌସେନା ଆଡ୍ଡା ନିର୍ମାଣ କରିବା ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସହମତି ହୋଇଛି । ଦୁଇ ଦେଶ ନିଜର ବିଚାରଧାରାକୁ ଧ୍ୟାନରେ ରଖି ନୌସେନା ବେସ୍ ନିର୍ମାଣ କରିବା ପାଇଁ ରାଜି ହୋଇଛନ୍ତି । ସେଶଲ୍ସର ରାଷ୍ଟ୍ରପତି ଡେନି ଫାରୋଙ୍କ ଭାରତ ଗସ୍ତ ସମୟରେ ଏନେଇ ଆଲୋଚନା ହୋଇଛି । ଏହି ଆଲୋଚନା ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ସେଶଲ୍ସ କିଛି ଦିନ ପୂର୍ବେ ନିଜ ଦ୍ୱୀପରେ ସେନାର ଆଡ୍ଡା ପ୍ରସ୍ତୁତ କରିବା ନେଇ ହୋଇଥିବା ଚୁକ୍ତିକୁ ରବ୍ଦ କରିଥିଲା ।

ସେଶଲ୍ସ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କି, ଦୁଇ ଦେଶ ନିଜର ନୌସେନା ଅଧିକାରୀଙ୍କ ଆବଶ୍ୟକତା ଅନୁଯାୟୀ ଅସପସନ୍ ଆଇସଲାଣ୍ଡରେ ହେବାକୁ ଥିବା ପ୍ରକଳ୍ପ ଉପରେ ମିଶିକରି କାମ କରିବେ ।

 

ଏହି ନାଭାଲ୍ ବେସ୍ ଭାରତ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ପ୍ରକଳ୍ପରେ ଭାରତକୁ ସାମରିକ ଲାଭ ମିଳିବ । ମୋଦୀ ଆହୁରି ମଧ୍ୟ କହିଛନ୍ତି କି, ସେଶଲ୍ସ ହେଉଛି ଭାରତର ସାମରିକ ସହଯୋଗୀ । ଗଣତନ୍ତ୍ରର ମୂଳ ବିଷୟକୁ ଧ୍ୟାନରେ ରଖି ଭାରତ ମହାସାଗରରେ ଶାନ୍ତି ପ୍ରତିଷ୍ଠା ତଥା ସୁରକ୍ଷାରେ ସ୍ଥିରତା ବଜାୟ ରଖିବା ପାଇଁ ଏହା ଏକ ଭଲ ପଦକ୍ଷେପ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସେଶଲ୍ସ ରାଷ୍ଟ୍ରପତି ଡେନି ଫାରୋଙ୍କ ମଧ୍ୟରେ ୬ଟି ମହତ୍ୱପୂର୍ଣ୍ଣ  ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଚୁକ୍ତି ଅନୁଯାୟୀ, ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର, ସୁରକ୍ଷା ସମ୍ବନ୍ଧୀୟ କାରବାରକୁ ଗୁରୁତ୍ୱ ଦିଆଯାଇଛି । ମୋଦୀଙ୍କ ଦୂରଦର୍ଶିତାକୁ ପ୍ରଶଂସା କରିଛନ୍ତି ସେଶଲ୍ସ ରାଷ୍ଟ୍ରପତି ଫାରୋ । ଭାରତ ସେଶଲ୍ସକୁ ସାମୁଦ୍ରିକ ପଥରେ ସୁରକ୍ଷା ବଢାଇବା ପାଇଁ ୧୦ କୋଟି ଡଲାର ପ୍ରଦାନ କରିବାନେଇ ଘୋଷଣା କରିଛି ।

ଗତ ମାସରେ ସେଶଲ୍ସ ଦ୍ୱାରା ସୈନ୍ୟ ବେସର ଚୁକ୍ତି ଅନୁଯାୟୀ ଚୀନକୁ କାଉଂଟର ଦେବା ପାଇଁ ଭାରତ ସହ ସମ୍ପର୍କ ସ୍ଥାପନା କରାଯାଇଥିଲା । କିନ୍ତୁ ପରେ ରାଷ୍ଟ୍ରପତି ଏହି ପ୍ରକଳ୍ପକୁ ନିଜେ କରିବେ ବୋଲି ଘୋଷଣା କରିଥିଲେ । ଆଗାମୀ ବର୍ଷର ବଜେଟରେ ସେ ଏହି ଆଡ୍ଡାକୁ ନିର୍ମାଣ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ ।