ଇଣ୍ଟିଆ ପୋଷ୍ଟ ପେମେଣ୍ଟ୍ସ ବ୍ୟାଙ୍କର ଶୁଭାରମ୍ଭ : ଘରେ ବ୍ୟାଙ୍କ ସେବା

0
518
inida post payment bank started
inida post payment bank started
ନୂଆଦିଲ୍ଲୀ : ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ସ ବ୍ୟାଙ୍କ(ଆଇପିପିବି)ର ଶୁଭାରମ୍ଭ କରାଯାଇଛି। ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଇପିପିବି ର ଉଦଘାଟନ କରିଛନ୍ତି।
ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ସ ବ୍ୟାଙ୍କର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏବେ ଆପଣଙ୍କୁ ସାରା ଦେଶରେ ଡାକ ପିଅନ ବ୍ୟାଙ୍କ ସେବା ଯୋଗାଇ ଦେବେ। ଏବେ ଆପଣଙ୍କୁ ନା ଏଟିଏମ ଓ ନା ମୋବାଇଲ ଆଲର୍ଟ ପାଇଁ ଚାର୍ଜ ଦେବାକୁ ପଡ଼ିବ। ପିଏମ ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ  ଡାକ ପିଅନ ପ୍ରତ୍ୟେକ ଘର ସହିତ ଭାବନାତ୍ମକ ରୂପେ ଜଡ଼ିତ ରହିଛି।

ବର୍ଷର ଶେଷ ପର୍ୟ୍ୟନ୍ତ  ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ସ ବ୍ୟାଙ୍କକୁ ସମଗ୍ର ଦେଶର ସବୁ ୧ ଲକ୍ଷ ୫୫ ହଜାର ଡାକ ଘରେ ସଂଯୋଗ କରିବାର ଲକ୍ଷ୍ୟ ରଖାଯାଇଛି। ପ୍ରାରମ୍ଭିକ ପର୍ୟ୍ୟାୟରେ ଆଇପିପିବି ସମଗ୍ର ଦେଶରେ ୬୫୦ ଶାଖା ଓ ୩,୨୫୦ ସର୍ଭିସ ସେଣ୍ଟରରେ କାମ କରିବ। ଆଇପିପିବିରେ ସେଭିଙ୍ଗ ଓ କରେଣ୍ଟ ଉଭୟ ଧରଣର ଖାତା ଖୋଲି ପାରିବେ। ଏହାର ସେଭିଙ୍ଗ ଆକାଉଣ୍ଟରେ ଗ୍ରାହକ ଏକ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ସଞ୍ଚୟ କରି ପାରିବେ। ଆଇପିପିବିରେ ସେଭିଙ୍ଗ ଆକାଉଣ୍ଟ ଖୋଲିଲେ ଗ୍ରାହକଙ୍କୁ ଅଧିକ ସୁଧ ମିଳିବ।  ଖାତାରେ ସର୍ବନିମ୍ନ ଟଙ୍କା ନରଖିଲେ ମଧ୍ୟ କୌଣସି ଜୋରିମାନା ଦେବାକୁ ପଡ଼ିବ ନାହିଁ। ଏହି ବ୍ୟାଙ୍କରେ ଭାରତ ସରକାରଙ୍କ ୧୦୦ ପ୍ରତିଶତ ଭାଗିଦାରୀ ରହିଛି।