ଇଣ୍ଡୋନେସିଆ : ନବମ ଦିନରେ ଭାରତକୁ ସ୍ୱର୍ଣ୍ଣ ମିଳିଛି । ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରା ଏହି ସଫଳତା ପାଇଛନ୍ତି । ଏହା ସହ ମୋଟ୍ ୮ଟି ସ୍ୱର୍ଣ୍ଣ ପଦକ ପାଇ ପଦକ ତାଲିକାରେ ନବମ ସ୍ଥାନରେ ରହିଛି ଭାରତ ।
ଇଣ୍ଡୋନେସିଆର ପାଲେମବାଙ୍ଗରେ ଚାଲୁଥିବା ଏସିଆନ୍ ଗେମସର ନବମ ଦିନରେ ଭାରତକୁ ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଦେଇଛନ୍ତି ନୀରଜ ଚୋପ୍ରା । ସେ ୮୮.୦୬ ମିଟର ବର୍ଚ୍ଛା ଫିଙ୍ଗି ଏହି ସଫଳତା ପାଇଛନ୍ତି । ଶେଷଥର ପାଇଁ ୧୯୮୨ରେ ଦିଲ୍ଲୀରେ ଖେଳା ଯାଇଥିବା ଏସିଆନ୍ ଗେମସରେ ଗୁରତେଜ୍ ସିଂ ବ୍ରୋଞ୍ଜ ମେଡାଲ ଜିତିଥିଲେ ।
ଏହି ମୁକାବିଲାରେ ପୁରା ଜୋଶ ଏବଂ ଶକ୍ତି ସହ ନୀରଜ ବର୍ଛା ଫିଙ୍ଗିଥିଲେ । ଦ୍ୱିତୀୟ ଥର ସେ ଫାଉଲ ହୋଇ ଯାଇଥିଲେ । କିନ୍ତୁ ତୃତୀୟଥର ସେ ୮୮.୦୬ ମିଟର ବର୍ଚ୍ଛା ଫିଙ୍ଗିଥିଲେ । ଏହା ସହ ଚତୁର୍ଥ ଏବଂ ପଂଚମ ପ୍ରଚେଷ୍ଟାରେ ସେ ୮୩.୨୫ ମିଟର ଏବଂ ୮୬.୬୩ ମିଟର ବର୍ଚ୍ଛା ଫିଙ୍ଗିଥିଲେ ।
ସେହିପରି ଆଥଲେଟିକ୍ସରେ ଦେଶକୁ ଆଉ ଏକ ପଦକ ମିଳିଛି । ଲମ୍ବ ଡିଆଁରେ ନୀନା ବରକକଲ ରୌପ୍ୟ ଜିତିଛନ୍ତି । ଏହା ସହ ମୋଟ୍ ୮ଟି ସ୍ୱର୍ଣ୍ଣ ପଦକ ପାଇ ପଦକ ତାଲିକାରେ ନବମ ସ୍ଥାନରେ ରହିଛି ଭାରତ ।