ନାସାର ନୂଆ ମିଶନରେ ମୂଳ ଭାରତୀୟ ବୈଜ୍ଞାନିକ

0
342
scientist anita sengupta
scientist anita sengupta
ନୂଆଦିଲ୍ଲୀ  :  ନାସାର ନୂଆ ମିଶନରେ ମୂଳ ଭାରତୀୟ ବୈଜ୍ଞାନିକ  ଅନୀତା ସେନ ଗୁପ୍ତା ସ୍ଥାନ ପାଇଛନ୍ତି । ମହାକାଶର ରହସ୍ୟ ଜାଣିବା ପାଇଁ  ନାସାର ଏହି  ନୂଆ ମିଶନ ।
ଏକ ଗବେଷଣା ଅନୁଯାୟୀ ସାରା ବିଶ୍ୱର ବୈଜ୍ଞାନିକମାନେ ମହାକାଶର ରହସ୍ୟ ମାତ୍ର ୫ ପ୍ରତିଶତ ଡ଼ିକୋଡ଼ କରିପାରିଛନ୍ତି, ବାକି ୯୫ ପ୍ରତିଶତ ଜାଣିବା ପାଇଁ ବିଶ୍ୱବ୍ୟାପୀ ପରୀକ୍ଷା ନୀରିକ୍ଷା ଚାଲୁ ରହିଛି । ବିଶ୍ୱର ସବୁଠୁ ବଡ଼ ମହାକାଶ ଗବେଷଣା ସଂସ୍ଥା ନାସା ମଧ୍ୟ ଏଭଳି ପରୀକ୍ଷାରେ ମଗ୍ନ । ନିକଟରେ ନାସା ତାର ଏକ ନୁଆ ପ୍ରକଳ୍ପ କୋଲ୍ଡ ଆଟମ ଲାବରୋଟରିକୁ ନେଇ କାର୍ଯ୍ୟରତ । ଯଦି ନାସା ଏଥିରୁ ସଫଳ ହେବ ତେବେ ତାହା ଭାରତ ପାଇଁ ଗର୍ବର ବିଷୟ ହେବ । କାହିଁକିନା ନାସାର ଏହି ପ୍ରକଳ୍ପରେ ଭାରତୀୟ ମୂଳ ନିବାସୀ ବୈଜ୍ଞାନିକ ଅନୀତା ସେନ ଗୁପ୍ତା ସ୍ଥାନ ପାଇଛନ୍ତି । ଅନୀତା ଜଣେ ମହାକାଶ ଯନ୍ତ୍ରୀ ।

ଅନୀତା ସେନ ଗୁପ୍ତାଙ୍କ ପୂର୍ବ ପୁରୁଷ ପଶ୍ଚିମବଙ୍ଗ ବାସିନ୍ଦା । ଅନୀତା ଦକ୍ଷିଣ କାଲିଫର୍ଣ୍ଣିଆରୁ ଏରୋସ୍ପେଶ ଏବଂ ମେକାନିକଲ ଇଞ୍ଜିନିୟରିଂରେ ଡ଼ିଗ୍ରୀ ହାସଲ କରିଛନ୍ତି । ଏହି ପ୍ରକଳ୍ପରେ ନାସା ବିଶ୍ୱର ସବୁଠୁ ଥଣ୍ଡା ଅଂଚଳ ତିଆରି କରିବାକୁ ଯାଉଛି । ଏହି ଅଂଚଳ ମହାକାଶ ତୁଳନାରେ ୧୦ ଲକ୍ଷ ଗୁଣା ଥଣ୍ଡା ହେବ ।