ଟେଷ୍ଟ ଦଳର ନିୟମିତ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ରିଦ୍ଧିମାନ ଶାହ ସଂପୂର୍ଣ୍ଣ ଭାବେ ଫିଟ୍ ହୋଇ ନଥିବାରୁ ତାଙ୍କୁ ଟେଷ୍ଟ ଦଳରେ ସ୍ଥାନ ଦିଆଯାଇ ନାହିଁ। ପନ୍ତଙ୍କ ବ୍ୟତୀତ ଦ୍ଵିତୀୟ ଓ୍ଵିକେଟ୍ କିପର ରୂପେ କାର୍ତ୍ତିକଙ୍କୁ ଚୟନ କରାଯାଇଛି। ଶାହା ଆଘାତ ହେବା ପରେ ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚରେ କାର୍ତ୍ତିକ ୮ ବର୍ଷ ପରେ ଟେଷ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ।
ଅନ୍ୟ ପଟେ ଭୁବନେଶ୍ଵର କୁମାର ତୃତୀୟ ଦିନିକିଆରେ ମଧ୍ୟ ଆହତ ହୋଇଛନ୍ତି। ତେଣୁ ତାଙ୍କୁ ପ୍ରଥମ ୩ଟି ଟେଷ୍ଟ ମ୍ୟାଚ୍ ପାଇଁ ଚୟନ କରାଯାଇ ନାହିଁ। ଫିଟନେସ୍ ଟେଷ୍ଟ ଆଧାରରେ ତାଙ୍କୁ ପରେ ଚୟନ କରାଯିବ। ବିସିସିଆଇର ଜାତୀୟ ଚୟନକର୍ତ୍ତା କରୁଣ ନାୟରଙ୍କୁ ଦଳରେ ସୁଯୋଗ ଦେଇଛନ୍ତି। ଅନ୍ୟ ପଟେ ରୋହିତ ଶର୍ମା ଟେଷ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ କରି ପାରି ନାହାନ୍ତି। ବିସିସିଆଇ ବୟାନ ଜାରି କରି କହିଛି ଯେ ଭାରତୀୟ ଜାତୀୟ ଚୟନକର୍ତ୍ତା ଲିଡ୍ସରେ ବୈଠକ କରି ଇଂଲଣ୍ଡ ବିପକ୍ଷରେ ଖେଳା ଯିବାକୁ ଥିବା ପ୍ରଥମ ୩ଟି ଟେଷ୍ଟ ପାଇଁ ଭାରତୀୟ ଦଳ ଚୟନ କରିଛନ୍ତି।
ପ୍ରଥମ ୩ଟି ଟେଷ୍ଟ ପାଇଁ ଭାରତୀୟ ଦଳ
ବିରାଟ କୋହଲି(ଅଧିନାୟକ), ଶିଖର ଧାଓ୍ଵନ, କେଏଲ ରାହୁଲ, ମୁରଲୀ ବିଜୟ, ଚେତେଶ୍ଵର ପୂଜାରା, ଆଜିଙ୍କ୍ୟ ରାହାଣେ(ଉପ ଅଧିନାୟକ), କରୁଣ ନାୟର, ଦିନେଶ କାର୍ତ୍ତିକ(ଓ୍ଵିକେଟ୍ କିପର), ଋଷଭ ପନ୍ତ(ଓ୍ଵିକେଟ୍ କିପର), ଆର ଅଶ୍ଵିନି, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ୍ତ ଶର୍ମା, ମହମ୍ମଦ ସାମି, ଉମେଶ ଯାଦବ, ଯଶପ୍ରୀତ ବୁମରା ଓ ଶାର୍ଦ୍ଦୁଳ ଠାକୁର।