ଶିଳ୍ପାୟନ : ଦୁଇଟିର ଉଦ୍ଘାଟନ,୧୩ଟିର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

0
400
cm naveen patnaik inagurated projects
cm naveen patnaik inagurated projects

ଭୁବନେଶ୍ୱର : ରାଜ୍ୟରେ ଶିଳ୍ପାୟନକୁ ସରକାର ଗୁରୁତ୍ୱ ଦେଉଥିବା ବେଳେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଶିଳ୍ପକୁ ଉଦ୍ଘାଟନ କରିଛନ୍ତି । ସେହିପରି ୧୩ଟି ଶିଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି ।

ସଚିବାଳୟ ଠାରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ସବୁ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରି କହିଥିଲେ ଯେ ରାଜ୍ୟ ସରକାର ଓଡିଶାକୁ ଏସିଆରେ ଏକ ମାନୁଫାକ୍ଚରିଂ ହବ୍ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ସବୁ ପ୍ରକଳ୍ପରେ ୨୯୦୧ କୋଟି ଟଙ୍କା ବ୍ୟୟ ହେବ ବୋଲି ସେ ସୂଚନା ଦେଇଥିଲେ । ସେଥିରେ ୩୧୦୯ ନିଯୁକ୍ତି ସୃଷ୍ଟି ହେବ । ଏଠାରେ ସୂଚନା ଯୋଗ୍ୟ ଯେ ରାଜ୍ୟ ସରକାର ପୁଞ୍ଜିନିବେଶ କାରୀଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ସେଥିପାଇଁ ବିଭିନ୍ନ ସ୍ଥାନରେ ମେକ୍ ଇନ୍ ଓଡିଶା କାର୍ଯ୍ୟକ୍ରମମାନ କରୁଛନ୍ତି ।

୨୦୧୬ରେ ମେକ୍ ଇନ ଓଡିଶା କାର୍ଯ୍ୟକ୍ରମରେ ୨ ଲକ୍ଷ କୋଟି ଟଙ୍କାର ନିବେଶ କରିବାକୁ ନିବେଶକାରୀ ଆଗ୍ରହ ପ୍ରକାଶ କରିଥିଲେ । ସେଥିରୁ ୬୫ ପ୍ରତିଶତ ନିବେଶ ହୋଇଥିବା କୁହାଯାଇଛି । ଏହି ବୈଠକରେ ସଂପୃକ୍ତ ବିଭାଗୀୟ ମନ୍ତ୍ରୀଙ୍କ ସମେତ ଅଫିସରମାନେ ଉପସ୍ଥିତ ଥିଲେ ।